ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା

ଝରିଗାଓଁ /କ୍ରାନ୍ତିକ୍ଷେତ୍ର ନ୍ୟୁଜ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଲସାପରା ଗ୍ରାମରେ ଗ୍ରାମ୍ୟ ମଗଧା ଯାଦବ ସମାଜ ଆନୁକୁଲ୍ୟରେ ୧୧ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ଶତାଧିକ ଯାଦବ ମହିଳା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହି ପୂଜା ୩ ଦିନ ଧରି ଚାଲିବ । ପୂଜାରେ କର୍ତ୍ତା ଭାବରେ ରୁକ୍ମନ ଗୌଡ଼ ଓ ଧର୍ମପତ୍ନୀ କୁନ୍ତଳା ଗୌଡ଼ ଦାୟିତ୍ଵ ନେଇଛନ୍ତି । ପୂଜକ ରାମଚନ୍ଦ୍ର ଦାସ ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି । ପୂଜା କମିଟି ସଭାପତି ଗୁଣଧର ଗହିର ସମ୍ପାଦକ ପ୍ରେମଚାନ୍ଦ ଗହିର କୌଷାଧକ୍ଷ ଗଜେନ୍ଦ୍ର ପୋଡ଼ କାର୍ଯ୍ୟ ତୁଲାଇଥିବାବେଳେ ଗ୍ରାମ୍ୟ ମଗଧା ଯାଦବ ସମାଜର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।