ଜୟପାଟଣାକ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ପିଆର ପ୍ଲେସ ଠାରେ ଦୀପାବଳି ଅବସରରେ ଗରିବ ଲୋକମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି।ସ୍ୱର୍ଗୀୟ ପରସରାମ ଅଗ୍ରୱାଲ,ଦୀପଚନ ଅଗ୍ରୱାଲ ଓ ସୁନ୍ଦରଲାଲ ଅଗ୍ରୱାଲ ଙ୍କ ସ୍ମୁତି ରେ ୮୦ ଜଣ ଗରିବ ଲୋକମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି।ଘନଶ୍ୟାମ ଅଗ୍ରୱାଲ,ଘାସିରାମ ଅଗ୍ରୱାଲ, ଆଶିଷ ଅଗ୍ରୱାଲ, ବିନୋଦ କୁମାର ଅଗ୍ରୱାଲ ଓ ବିକାଶ ଅଗ୍ରୱାଲ ଦ୍ୱାରା ଉକ୍ତ ବସ୍ତ୍ର ବିତରଣ କରଯାଇଥିଲା।କାର୍ଯ୍ୟକ୍ରମରେ ବିଜେପି ନେତା ଗଙ୍ଗାଧର ମାଝୀ ତଥା ଅଂଚଳର ସତାଧିକ ଲୋକେ ଉପସ୍ଥିତ ଥିଲେ।


