ମ.ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ହରଗୈାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁବୋଧ କୁମାର ସତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏସପି ଅଳକାନନ୍ଦ ସାହୁ ଯୋଗଦେଇ ସାଇବରତିଥି ଭାବେ ଅରାଉପରେ ନିଜ ବକ୍ତବ୍ୟରେ ସାଇବର ଠକେଇ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ସ୍ବତନ୍ତ୍ର ଅତିଥି ଭାବେ ସନ୍ଦିପ କୁମାର ମାଝୀ ଏସଡିପିଓ କେସିଙ୍ଗା, ବିରବର ଭଗତ ମ, ରାମପୁର ଥାନା ଅଧିକାରୀ, ସତ୍ୟ ନାରାୟଣ ସାହୁ ମ, ରାମପୁର ବ୍ଲକ ବିଜେଡି ବ୍ଲକ ସଭାପତି, ଜାହ୍ନବୀ ତାଣ୍ଡି, ଲମ୍ବୋଦର ସାହୁକାର ଅଧ୍ୟାପକ ଅତିଥି ଭାବେ ଯୋଗଦେଇ ଥିବାବେଳେ ଅଧ୍ୟାପକ ଗଗନ ବିହାରୀ ମହାପାତ୍ର ଏଇ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ବିଭାଗ ତରଫରୁ ନାଟକ ସତର୍କ ରହୁନ, ଏକାଙ୍କିକା ପରିବେଶଣ କରାଯାଇଥିଲା। ନାଟକରେ ଅଂଶ ଗ୍ରହଣ କରିଥିଲେ କ୍ରୀଷ୍ଣା, ଦିଲ୍ଲୀପ, ସୁପିତା, ଦ୍ରୋଣ ଏବଂ ଯତିନ ସଙ୍ଗୀତ ମାଧ୍ୟମରେ କୁମାର ଦ୍ରୋଣ ଅତିସୁନ୍ଦର ଭାବରେ ଛାତ୍ର ଛାତ୍ରୀଙ୍କୁ ସଚେତନତା କରିଥିଲେ। ପିତାମ୍ବର ସାହୁ, ବିରେନ୍ଦ୍ର ସାହୁ, ପ୍ରଶ୍ନ ସାହୁ, ଶିବାନୀ ବାରିକ ଚୁଡ଼ାମଣି ସାହୁ, ଧୃବ ଚରଣ ସାହୁ ଓ ରାଜକିଶୋର ରଣା ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିବାବେଳ ଅଧ୍ୟକ୍ଷ ଶ୍ରୀସତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

