ଘର ଉପରେ ପଡିଲା ବିରାଟକାୟ ଗଛ : ଅଳ୍ପକେ ବର୍ତ୍ତିଲେ ପରିବାର

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡ଼ମ କର୍ଲ୍ଲାଖୁଣ୍ଟା  ଗ୍ରାମରେ ଅଜି ଘଡଘଡି ଶହ ବର୍ଷା ହେବା ସମୟରେ ବିରାଟ କାୟ ତେନ୍ତୁଳି ଗଛକୁ ବଜ୍ରପାତ ହୋଇଛି ଏବଂ ଘର ଉପରେ ଗଛ ପଡିଯାଇଛି। ଡ଼ମ କର୍ଲ୍ଲାଖୁଣ୍ଟା ଗ୍ରାମର ସୁଶାନ୍ତ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଦୁଇଟି ଶିଶୁ ସେହି ଚାଲ ଛପର ଆଜବେଷ୍ଟର  ଘରେ ଥିବା ସମୟରେ ପ୍ରବଳ ବର୍ଷା ସମୟରେ ଘର ପାଖରେ ଥିବା ତେନ୍ତୁଳି ଗଛକୁ ବଜ୍ରପାତ ହୋଇଥିଲା।

ଫଳରେ ଗଛ ଘର ଉପରେ ପଡି  ଚାଲ ଛପର ଆଜବେଷ୍ଟର ଭାଙ୍ଗି ଯିବା ସହ ଧାନ ଚାଉଳ ଓ ଘରର ସମସ୍ତ ସାମଗ୍ରୀନଷ୍ଟ ହେବା ସହ ବହୁ କ୍ଷୟକ୍ଷତି ହୋଇଛି। ମ. ରାମପୁର ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଗଛକୁ  କାଟିବାରେ ସଫା କରିବାରେ ଲାଗିଛନ୍ତି। ସରକାର ତୁରନ୍ତ ଅସହାୟ ସୁଶାନ୍ତ କୁ  ସରକାରୀ ଯୋଜନାରେ କ୍ଷୟକ୍ଷତି ର ଆକଳନ କରି ଆବାସ ଯୋଜନା ରେ ଘର ଖଣ୍ଡିଏ ଦେବାକୁ  ଦାବି ହେଉଛି।