କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବୀଜମରା ପିଏମ ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ଶନିବାର ଏବଂ ରବିବାର ଦୁଇ ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଏବଂ ଉଦଯାପନୀ ଉତ୍ସବରେ ସର୍ବ ପ୍ରଥମେ ଅତିଥି ମଞ୍ଚାସିନ , ଅତିଥିଙ୍କ ଦ୍ବାରା ଦ୍ଵୀପ ପଜ୍କଲନ, ସ୍ଵାଗତ ସମ୍ବର୍ଦ୍ଧନା, ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଜୟନ୍ତୀର ଉଦଘାଟନୀ ସମାରୋହରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓଡିଶା ସରକାର ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଶିକ୍ଷକ ଡ଼ଃ. ଉମେଶ ଚନ୍ଦ୍ର ଶତପଥି ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ଚରଣ ସାହୁ, ସିଡିଓ ଦୟାମୟ ପାଢ଼ୀ, ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ । ସୁବର୍ଣ୍ଣ ଜୟନ୍ତୀର ଉଦଯାପନୀ ସମାରୋହରେ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ୟ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ , ମୁଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ହଳଧର ନାଗ , ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ପଟାୟତ ସାହୁ , କଲମପୁର ବ୍ଲକ ଜୋନ ନଂ ୧ର ଜିଲ୍ଲାପରିଷଦ ସଭ୍ୟା ଦୁହିତା ମାଝୀ , ଅତିରିକ୍ତ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ , ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରେମ ନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବରେ ଓଡିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ନୂତନ ଭାବେ ଜାତୀୟ ଶିକ୍ଷାନୀତି ର ବ୍ୟବସ୍ଥା, ନୂତନ ସରକାର ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଶିକ୍ଷକର ଆବଶ୍ୟକତା ପୂରଣ, ନୈତିକ ଶିକ୍ଷlର ପୁନଃ ସ୍ଥାପନ, ସ୍କୁଲ ଗୁଡିକକୁ ପିଏମଶ୍ରୀ ରେ ଅନ୍ତର୍ଭୁକ୍ତ କରାଇ ତାର ସର୍ବାଙ୍ଗୀନ ବିକାଶ, ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବା କ୍ଷେତ୍ରରେ ସବୁ ପ୍ରକାର ପଦକ୍ଷେପ ଉପରେ ଅତିଥି ମତ ବକ୍ତ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଭାପତି ସୁଧାଂଶୁ ଶେଖର ପଣ୍ଡା, ଉପ ସଭାପତି ବିଜୟଦେବ ସାହୁ , ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି , ସହସଂପାଦକ ଗଣେଶ ଦଳେଇ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ସାହୁ ଏବଂ ପୁରାତନ ଛାତ୍ର ସମୂହ, ବିଦ୍ୟାଳୟ କମିଟି , ଅଭିଭାବକ , ଶିକ୍ଷକ , ଶିକ୍ଷୟିତ୍ରୀ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଉଦଘାଟନୀ ସମାରୋହରେ କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ଵିନୀ କୁମାର ମୁଣ୍ଡ ଏବଂ ଛାତ୍ରୀ ପୁଣ୍ୟତୟା ପଦାନ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବା ବେଳେ ଉଦଯାପନୀ ସମାରୋହରେ କ୍ଷୀରୋଦ କୁମାର ପ୍ରଧାନ ଓ ବିଦ୍ୟାଳୟର କିରାଣୀ ସ୍ୱାଗତିକା ଗହିର ମଞ୍ଚ ପରିଚାଳନା କରିଥିଲେ । ସ୍କୁଲ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରରେ ଗୀତ ନୃତ୍ୟ ସୁନ୍ଦର ଭାବେ ପରିବେଷଣ ହୋଇଥିଲା। ପି ଏମ ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ୧୯୭୩ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୯୭୪ ମସିହାରୁ ୨୦୨୫ ମସିହା ମଧ୍ୟରେ ଯେଉଁ ଛାତ୍ରୀ ଛାତ୍ର ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ, ସେହି ପୁରାତନ ଛାତ୍ରୀଛାତ୍ର ମାନଙ୍କ ବନ୍ଧୁ ମିଳନ ସହ ପୁରାତନ ଗୁରୁଜୀ ମାନଙ୍କୁ ପ୍ରଣାମ କରିବା ସହ ସମ୍ଭର୍ଦ୍ଧନା ଜଣାଇ ଥିଲେ । ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବରେ ଅଞ୍ଚଳର ଅନେକ ପୁରାତନ ଛାତ୍ରୀଛାତ୍ର ତଥା ବିଦ୍ୟାଳୟ କମିଟି , ସୁବର୍ଣ୍ଣ ଜୟନ୍ତୀ କମିଟି, ଅଭିଭାବକ , ଗ୍ରାମବାସୀ , ଛାତ୍ରୀଛାତ୍ର ପ୍ରମୁଖ ଜୟନ୍ତୀରେ ସହଯୋଗ କରିଥିଲେ ।

