କୋକସରାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ କୋକସରା ଥାନା ସମ୍ମୁଖରେ ମଙ୍ଗଳବାର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ସାଇବର ଥାନାରୁ ଏସ୍ଆଇ ଜହ୍ନବୀ ତାଣ୍ଡି, କୋକସରା ଥାନା ଅଧିକାରୀ ଜୟପ୍ରକଶ ନାରାୟଣ ହୋତା, ଏସ୍ଆଇ ଧର୍ମୁଲା ମୋହନ, ଏଏସ୍ଆଇ ବାସୁଦେବ ମାଝୀ ପ୍ରମୁଖ ଉପସ୍ଥିତ ସମାଜରେ କିପରି ଦିନକୁ ଦିନ ବଢୁଥିବା ସାଇବର ଅପରାଧ ରୋକା ଯାଇ ପାରିବ ସେନେଇ ବକ୍ତବ୍ୟ ରଖିଥିବାବେଳେ ସାଇବର ସୁରକ୍ଷା ଅଭିଯାନ ରଥ କୋକସରା ସଦର ମହକୁମା ଥାନା ସମ୍ମୁଖରେ ଲୋକଙ୍କୁ ସଚେତନ କରିଥିଲା।