ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମାଇଭର ଗ୍ରାମ ଖୁଡୁପଡାରେ ଗତ ଦୀପାବଳି ଦିନ ବାଣ ଫୁଟାଉଥିବାବେଳେ ଅଘଟଣ ଘଟି ଗ୍ରାମର ସୁଶାନ୍ତ ମାଝୀଙ୍କ ପୁଅ ହିତେଶ ମାଝୀ ବାଣ ଫୁଟାଉଥିବାବେଳେ ବାଣ ଫୁଟି ମୁହଁ ଓ ହାତ ଜଳି ଯାଇଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ଅନେକ ସରକାରୀ ଡାକ୍ତରଖାନା ନେଇଥିଲେ। କିନ୍ତୁ ଭଳ ହୋଇ ନ ଥିବା ବେଳେ ଭୁବନେଶ୍ୱର ଡାକ୍ତରଖାନା କୁ ନେଇ ଭର୍ତି କରିଥିଲେ। ପରିବାରର ସୂଚନା ଅନୁସାରେ ଚିକିତ୍ସା ବାବଦ କୁ ଆଉ ୨୫ ହଜାର ଟଙ୍କାର ଆବଶ୍ୟକ ଥିବାବେଳେ ଅର୍ଥ ଅଭାବରୁ ପରିବାର ଲୋକେ ଘରକୁ ଫେରି ଆସିଥିଲେ। ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ବାଧକ ହେଉଥିଲା। ଉକ୍ତ ଘଟଣା ସମ୍ପର୍କରେ ପଣ୍ଡରା ମାଳି ସମାଜ କଳାହାଣ୍ଡିକୁ ଜଣେଇଲା ପରେ ସହଯୋଗର ହାତ ବଢ଼ାଇଲା ସମାଜର କର୍ମକର୍ତ୍ତା। ପଣ୍ଡରା ମାଳି ସମାଜର କୁଲପତି ପ୍ରକାଶ ଚନ୍ଦ୍ର ନାଏକ, ଆଇନ ପରାମର୍ଶ ଦାତା ଦୁର୍ଗା ପ୍ରସାଦ ନାଏକ, ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆଙ୍କ ସହିତ ଗ୍ରାମର ପଣ୍ଡରା ମାଳି ସମାଜ ବ୍ୟକ୍ତି ବିଶେଷ ପ୍ରମୁଖ ଉକ୍ତ ପୀଡିତ ପରିବାର ଘରକୁ ପହଞ୍ଚି ଚିକିତ୍ସା ପାଇଁ ୧୫ ହଜାର ଟଙ୍କା ଆର୍ଥିକ ସହଯୋଗ କରିଥିଲେ। ଏହି ଭଳିଆ ପଣ୍ଡରା ମାଳି ସମାଜର ସେବା କୁ ଅଞ୍ଚଳରେ ଭୁୟସୀ ପ୍ରଶଂସା କରୁଛନ୍ତି।

