ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସୋମବାର ଦିନ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଆଦର୍ଶ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ କୁମାର ନାୟକଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ ଟି କ୍ଲଷ୍ଟର ସ୍ତରୀୟ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ୧୫ ଟି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ, ସର୍ବୋତ୍ତମ ବିକାଶ କଳା, ହସ୍ତଶିଳ୍ପ, ନୃତ୍ୟ, ସାଂସ୍କୃତିକ, ସାଧାରଣ ଜ୍ଞାନ,ପିଏମ ପୋଷଣ,ତଥା ଅନେକ ଶିକ୍ଷଣୀୟ ଯାହା ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ଦିଗରେ ସହାୟକ ହୋଇଥାଏ। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଯୋଗଦେଇଥିବା ବେଲେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ହେମ ସାଗର ମହାନନ୍ଦ, ଓଏଭି ପ୍ରିନ୍ସିପାଲ ଲକ୍ଷ୍ମୀଧର ମେହେର, ରାଜେଶ କୁମାର ନାୟକ, ଏଵିଓ ପ୍ରଭାତ ଖମାରୀ,ଏଵିଓ ଲିନା ଦାସ ଯୋଗଦେଇ ଥିଲେ। ମୂଖ୍ୟ ବକ୍ତା ଭାବେ ଲଵଣୀ କୁମାର ନାଏକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କ୍ଲଷ୍ଟର ର ୧୫ ଜଣ ସିଆରସିସି ମାନଙ୍କର ଅକ୍ଲାନ୍ତ ପରିଶ୍ରମ ତଥା କାର୍ଯ୍ୟ ସବୁବେଳେ ସୁଚାରୁରୂପେ ସମ୍ପାଦନା କରୁଥିବାରୁ ତାଙ୍କୁ ମାନପତ୍ର, ଉପଢୌକନ ଦେଇ ମୂଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା। ସମସ୍ତ କୃତୀ ପ୍ରତିଯୋଗି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦିଆଯାଇଥିଲା।

