ମ.ରାମପୁର/କ୍ରାନ୍ତିକ୍ଷେତ୍ର(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରହରାଜ(୮୪) ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପରଲୋକ ହେଇଯାଇଛି । ସେ ନିଜର ଶିକ୍ଷକତା ଜୀବନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବରେ ଅଂଚଳରେ ତାଙ୍କରି ଖ୍ୟାତି ରହିଥିଲା । ସେ ଶିକ୍ଷକତା ସମେତ ଜଣେ ବାଗ୍ମୀ ଭାବରେ ପରିଚିତ ଥିଲେ । ଯୁଗଯାତ୍ରୀ ସାହିତ୍ୟ ସଂସଦ ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ତାଙ୍କରି ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କରି ବାସଭବନରେ ପହଂଚି ଶେଷ ଦର୍ଶନ କରିଛନ୍ତି ।

