କଳମପୁରଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

କଳମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ମଣ୍ଡି ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ମେଳା ବୁଧବାର ଆୟୋଜିତ ହୋଇଯାଇଛି। କଲମପୁର ବ୍ଲକର ୧୧ଟି ପଞ୍ଚାୟତରୁ ଶତାଧିକ ଚାଷୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଧର୍ମଗଡ଼ ଡା.ମଧୁସୂଦନ ଦାସ, ସମ୍ମାନୀତ ଅଧିକାରୀ ଭାବରେ କଲମପୁର ବ୍ଲକ ଅଧକ୍ଷ୍ୟା ଜ୍ୟୋତି ନାଏକ, ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, କଲମପୁର ବ୍ଲକ ଦୁଇଗୋଟି ଜୋନର ଜିଲ୍ଲାପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ସାଂସଦ ପ୍ରତିନିଧି ଅରୁଣ ଜଗରିଆ, କଲମପୁର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି, ବିଶେଷ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୂକାରୀ ଡ଼ା. ନୀରଦ ଚନ୍ଦ୍ର କହଁର, ମତ୍ସ ଅଧିକାରୀ ଜ୍ଞାନରଞ୍ଜ ସେଠି ପ୍ରମୁଖ ମଞ୍ଚାସିନ ଥିଲେ। ମତ୍ସ୍ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଉପରେ ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ସଫଳ ଚାଷୀ ଓ ଉଦ୍ଦ୍ୟୋଗି ମାନେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଣୀ ପାଳନ ଓ ମତ୍ସ ଚାଷୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା, କାର୍ଯ୍ୟକ୍ରମରେ ପରିସରରେ ପ୍ରାଣୀ ସମ୍ପଦ ବିଭାଗ, ମତ୍ସ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ମିଶନ ଶକ୍ତି, ଓମଫେଡ ବିଭାଗର ଷ୍ଟଲ ପ୍ରଦର୍ଶନ କରାଯାଇଥିବାବେଳେ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହି ମେଳାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବଡ଼କୂଟରୁ ଭେଟନାରୀ ଟେକ୍ନିଶୀୟାନ ନୀଳକଣ୍ଠ ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ମତ୍ସ୍ୟ ସହାୟକ ଅଧିକାରୀ ମାନବେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।