ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡିର ବିଶିଷ୍ଟ ସମାଜସେବୀ, ଚାଷୀ ନେତା ତଥା ବରିଷ୍ଠ ଆଇନଜୀବି ଓ ନୋଟରୀ ପବ୍ଲିକ ବିଶ୍ଵନାଥ କରଙ୍କୁ ଗତ ୯ ତାରିଖ ଦିନ ଜଗନ୍ନାଥ ଧାମ, ପୁରୀ ସ୍ଥିତ ବିଷ୍ଣୁ ଭବନର ସଭାଗୃହରେ ଭାରତ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ଓ ଯୋଗ୍ୟ ବିବେଚିତ ଏବଂ ନୀତି ଆୟୋଗ ଏବଂ ଯୁକ୍ତରାଷ୍ଟ୍ର ସଂଗଠନ ଯେନେଭା ଦ୍ଵାରା ରେଜିଷ୍ଟ୍ରି ଭୁକ୍ତ ଏବଂ କେନ୍ଦ୍ରୀୟ ଖ୍ରୀଷ୍ଟିଆନ ବିଶ୍ଵବିଦ୍ୟାଳୟ, ପୂର୍ବ ଆଫ୍ରିକାଙ୍କ ସହ ଅନୁବନ୍ଧିତ ହୋଇଥିବା ବି.ଭି.ଓ.ଇ ବିଶ୍ଵବିଦ୍ୟାଳୟ ଦ୍ଵାରା ସମାଜ କଲ୍ୟାଣ ଓ ଆଇନ୍ ପରିଚାଳନା ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଓ ଆଜୀବନ କୃତିତ୍ୱ ସମ୍ମାନ ପ୍ରଦାନ କରା ଯାଇଥିବାରୁ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି। ପ୍ରକାଶ ଥାଉକି ବିଶ୍ଵନାଥ କର ପେସାରେ ଜଣେ ବରିଷ୍ଠ ଓକିଲ ଓ ନୋଟାରୀ ପବ୍ଲିକ ହୋଇଥିଲେ ମଧ୍ୟ ଦୀର୍ଘ ୩୦ ବର୍ଷ ହେବ ସମାଜ ସେବା ରେ ବ୍ରତୀ ହୋଇ ନିରୀହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାରେ ସହଯୋଗ, ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅହରହ ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ଲଢେଇ କରିବା, ବାସହୀନ ପରିବାରକୁଙ୍କୁ ଜମିପଟ୍ଟା ପ୍ରଦାନ ଓ ଘର ଯୋଗାଇଦେବା ପାଇ ବାରମ୍ବାର ପ୍ରଶାସନ ପାଖରେ ଦାବୀ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଅଧିକାର ପାଇଁ ଲଢେଇ କରିବା ଏବଂ ଲୋକଙ୍କୁ ସମାନୁପାତିକ ଭାବେ ନ୍ୟାୟ ପ୍ରଦାନ ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ମାନ ଜନକ ଡକ୍ଟରେଟ ଉପାଧି ପାଇ ସେ ବେଶ୍ ଆନନ୍ଦିତ ଓ ସମାଜର ନିମ୍ନ ସ୍ତରରେ ଥିବା ଅଧିବାସୀ ଏବଂ ତାଙ୍କ ଶୁଭେଚ୍ଛୁ ମାନଙ୍କ ଉଦ୍ୟେଶ ରେ ଏହି ଉପାଧି ସମର୍ପିତ ଏବଂ ଆଗାମୀ ଦିନରେ ସମାଜ ସେବା ତାଙ୍କ ଇଚ୍ଛା ଶକ୍ତି କୁ ଦ୍ଵିଗୁଣିତ କରିବ ବୋଲି ପ୍ରକାଶ କରିଛନ୍ତି ।

