ଡାବୁଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ କେରଣ୍ଡୀ ଗ୍ରାମରେ କୌଣସି କାରଣରୁ ୩ଟି ଧାନ ଗଦାରେ ନିଆଁ ଲାଗି ପୋଡି ଯାଇଛି। କେରଣ୍ଡି ଗ୍ରାମର ସନସାଏ ବିନ୍ଧାଣି ଏବଂ ମାନସିଂ ବିନ୍ଧାଣିଙ୍କ ଖଳାରେ ଥୂବା ୩ ଟି ଧାନ ଗଦାରେ ନିଆଁ ଲାଗି ଯାଇଥିଲା। ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଫୋନ କରିଥିଲେ।ଖବରପାଇ ଦମକଳ ଗାଡି ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଦୁଇ ଚାଷୀଙ୍କ ସମସ୍ତ ଫସଲ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ନଷ୍ଟ ହୋଇ ଯାଇଛି। ଏଥିରେ ଡାବୁଗାଁ ଅଗ୍ନିଶମ କେନ୍ଦ୍ର ଭାରପ୍ରାପ୍ତ ଅଗ୍ନିଶମ ଅଧୂକାରୀ ହିମାଂଶୁ ଶେଖର ନାୟକ, ଏଲଏଫଏଫ ଲକ୍ଷ୍ମୀଧର ଜାନୀ, ଏଫଏଫଡି ପ୍ରସନ୍ନ ବିଶ୍ବାଳ ଓ ୪ ଜଣ ଅଗ୍ନିଯୋଦ୍ଧା ମାନେ ସାମିଲ ରହି ନିଆଁକୁ ଆୟତ୍ତ କରିଥିଲେ।

