ଅଞ୍ଚଳରେ ପହିଲି ଶୀତର ଅନୁଭୂତ

ଝରିଗାଁ/କ୍ରନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଅଞ୍ଚଳରେ ବର୍ତ୍ତମାନ ଶୀତ ଲହର ଅଞ୍ଚଲବାସୀଙ୍କ ଦେହକୁ ସ୍ପର୍ଶ କରିଛି। ଝରିଗାଁ ବ୍ଲକ ପାହାଡିଆ ଜଙ୍ଗଲିଆ ଅଞ୍ଚଳ ହୋଇଥିବଳେ ଅଞ୍ଚଳରେ ୫ଦିନ ରୁ ସପ୍ତାହେ ହେବ ପହିଲି ଶୀତ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି। ସନ୍ଧ୍ୟା ସମୟରେ ଲୋକେ ଶୀତ ପ୍ରକୋପରୁ ବାହାରକୁ ଯିବା କଷ୍ଟକର ହୋଇପଡୁଥିବାବେଲେ ଜଙ୍ଗଲଘେରା ଗାଁଗୁଡିକରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ପରିବେଶ ସନ୍ତୁଳିତ କିଛି ମାତ୍ରାରେ ପରିବର୍ତ୍ତନ ଘଟିଥିବାବେଳେ ଠିକ୍ ସମୟରେ ଅନୁପାତିତ ଭାବେ ବର୍ଷା ଖରା କିମ୍ବା ଶୀତ ହେଉ ନଥିବା ଜଣାପଡିଛି ।ତାର କାରଣ ବୃକ୍ଷଲତା ହ୍ରାସ ପାଇବା ଯୋଗୁଁ ବୋଲି ଅନେକ ବୈଜ୍ଞାନିକ ମତ ଦେଇଛନ୍ତି। ଚଳିତ ବର୍ଷ ତମାମ ବର୍ଷା ଋତୁରେ ବର୍ଷା ହୋଇ ଥିଲେ ବି ଉଷ୍ମତା ଲାଗି ରହିଛି। ଏପରିକି ଜୁଲାଇ ଅଗଷ୍ଟ ମାସରେ ଶୀତ ଲହର କିଛି ମାତ୍ରାରେ ଅନୁଭୂତ ହେବା ଅନେକ ଉଦାହରଣ ରହିଛି। ସାଧାରଣ ଭାବେ ସେପ୍ଟେମ୍ବର ଅକ୍ଟୋବରରେ ଶୀତ ବଢ଼ିଥାଏ। ହେଲେ ସେପ୍ଟେମ୍ବର ଯାଇ ଅକ୍ଟୋବର ଶେଷ ଓ ନଭେମ୍ବର ଆରମ୍ଭରୁ ପହିଲି ଶୀତର ଲହର ଅଞ୍ଚଳବାସୀଙ୍କ ଛୁଇଁଛି। ଶୀତ ବଢ଼ିଥିବା ସ୍ଥାନେ ସ୍ଥାନେ ଅଞ୍ଚଳର ଗାଁ ଗାଁରେ ସକାଳ ଓ ସନ୍ଧ୍ୟାରେ ନିଆଁ ଜାଳି ତାର ମଜା ନେଉଥିବା ଦେଖିବାକୁ ମିଳିଛି।