ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର ନ୍ୟୁଜ୍ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ସହ ସଚେତନତା ଶୋଭାଯାତ୍ରା ସ୍ଥାନିୟ ବସ୍ ଷ୍ଟାଣ୍ଡ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ର ପ୍ରସାଦ, ଆଦିବାସୀ ମହାବିଦ୍ୟାଳୟର ଅଧକ୍ଷ ଲକ୍ଷ୍ମଣ ପାଳ, ଆଇଆଇସି ସମ୍ବିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଏସଏନଏଲ କାର୍ଯ୍ୟlଳୟ ସମ୍ମୁଖରେ ଏହାକୁ ନେଇ ସଚେତନତା ବୈଠକ ହୋଇ ଥିଲା। ଏଥିରେ ଡିଜିଟାଲ ଠକେଇ କିଭଳି ହେଇଛନ୍ତି ଓ ଟିପି କାହାକୁ ଦିଅନ୍ତୁ ନାହିଁ, ଠକାମୀ ର ଶିକାର ହେଲେ ସାଇବର ହେଲ୍ପ ଲାଇନର ନେବାକୁ ପରାମର୍ଶ ଦେଇ ଥିଲେ ଓ ସାଇବର ଠକେଇ ଉପରେ ପୁଙ୍ଖା ନୁ ପୁଙ୍ଖା ଭାବେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଥିଲେ।

