ଝରିଗାଁ/କ୍ରନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଝରିଗାଁ ବ୍ଲକ ଫୁର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦୁଇ ହଲ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ। ଏହି କ୍ରମରେ ସ୍କୁଲ ପରିଚାଳନା କମିଟିର ସଦସ୍ୟା ରୀନାରାଣୀ ଭତରା, ପଞ୍ଚସଖା ଶିକ୍ଷାସେତୁ ସଭାପତି ଜୟଦେବ ଭତରା ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳ, ଚାଟିଗୁଡା ସିଆରସିସି ଅବିନାଶ ବିଶ୍ୱାସ, ଛୋଟାଗୁଡା ସିଆରସିସି କନକ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ବିଧାୟକ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ନୂତନ ଶିକ୍ଷାନିତୀ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିଥିଲେ। ବିଧାୟକ ଛାତ୍ରଛାତ୍ରୀ ମାନଙ୍କ ସହିତ ବସି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇଥିଲେ ଏବଂ ଖାଦ୍ୟର ମାନ ଅତି ଉତ୍ତମ ରହିଥିଲା କହିବା ସହ ବିଦ୍ୟାଳୟର ଚାରିପାର୍ଶ୍ଵ ପରିବେଶ ପରିସ୍କାର ଓ ପରିଚ୍ଛନ୍ନତା ଥିବାର ଦେଖି ଖୁସି ବ୍ୟକ୍ତ କରିଥିଲେ।
