ଝରିଗାଁଠାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ

ଝରିଗାଁ/କ୍ରନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନୁଆଁପଡା ନିର୍ବାଚନ ଓ ବିହାର ନିର୍ବାଚନରେ ବିଜେପି ବାଜି ମାରିନେବା ପରେ ଆଜି ଦେଶର କୋଣେ ଅନୁକୋଣେ ବିଜେପି ଦଳୀୟ ନେତା, କର୍ମୀ ଓ ସମର୍ଥକ ମାନେ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମାଠାରେ ମଧ୍ୟ ବିଜେପି ପକ୍ଷରୁ ଏହି ବିଜୟ ଉତ୍ସବ ପାଳନ କରାଯାଇଛି। ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବରିଷ୍ଠ ବିଜେପି କର୍ମୀ ପ୍ରଫୁଲ୍ଲ ପ୍ରଧାନୀ, ଝରିଗାଁ ନିର୍ବାଚନ ପୂର୍ବତନ ମଣ୍ଡଳ ସଭାପତି ଗଣପତି ସାହୁ, ଝାଡ଼େଶ୍ୱର ସାହୁ, ଜେକି, ଆକାଶ, ସୁଦାମ ତିୱାରୀଙ୍କ ସମେତ ଝରିଗାଁ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ସଂଘଠକ, କର୍ମୀ ଓ ସମର୍ଥକ ଉପସ୍ଥିତ ରହି ବାଞ୍ଜିଆମ୍ବା ସ୍ଥିତ ହନୁମାନ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ଝରିଗାଁ ପହଞ୍ଚି ଥିଲେ ଓ ଝରିଗାଁ ଜଗନ୍ନାଥ ମନ୍ଦିରକୁ ଯାଇ ଧୂପ ଦୀପ ଦେଇ ପୂଜାର୍ଚନା କରିବା ସହିତ ବିଭିନ୍ନ ପ୍ରକାର ବାଣ ଫୁଟେଇ ବିଜୟ ଉତ୍ସବ ପାଳନ କରିଥିଲେ।