ରାଜ୍ୟସ୍ତରୀୟ ମହୋତ୍ସବ ଦାବୀ କଲେ ପଦ୍ମଶ୍ରୀ ହଲଧର
ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞସେନି ବାଗ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ପଞ୍ଚାୟତ ଫପସି ଖେଳ ପଡିଆ ଠାନେ ଛଅଦିନ ଧରି ଆୟୋଜିତ ହୋଇ ଥିବା ଆରସିବି ଯୁବକ ସଂଘ ଆନୁକୂଲ୍ୟନେ ଫପସି ମହୋତ୍ସବ ଉଦଯାପିତ ହୋଇଯାଇଛି। କଲା, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ୩ ବର୍ଷ ହେବ ପ୍ରୟାସ ଜାରି ରଖିଛନ୍ତି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ଦେଇଥିଲେ। ବିଜେପି ନେତା ବିମଳ ଶର୍ମା, ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ଫିରୋଜ ବଗର୍ତ୍ତି, ସଇଁତଲା ସରପଞ୍ଚ ସୁବ୍ରତ ନାଗ, ବଡ଼ମାଳ କାରଖାନା କର୍ମଚାରୀ ଅଶୋକ ନାଏକ, ପଲକ ବାରିକ, ଦେବ ମୁନା, ବସୁଦେବ ପରମେଶ୍ୱର ପାତ୍ର ପ୍ରେମନନ୍ଦ ସ୍ୱାଇଁ ବାରିକ, ବୃନ୍ଦାବନ ଦୀପ, ହେମନ୍ତ ପସାୟତ, ତ୍ରିଲକ୍ଷ ହରପାଳ, ସ୍ଥାନୀୟ ସରପଞ୍ଚ ମନେଶ ସୁନା, ସମିତି ସଭ୍ୟା ଅମ୍ରିତା ଦୀପ, ଜୟନ୍ତ କୁମାର ପାଢ଼ୀ, ଅଭିମନ୍ୟୁ ମହାନନ୍ଦ, ମଘା ମୁନା, ଅମିତ ଦୀପ, ପଞ୍ଚା ବଗର୍ତ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ରୋହିତ ମହାନନ୍ଦ ଓ ତରୁଣ ସୁନା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ହଲଧର ନାଗକୁ କମିଟି ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟପଟେ ବିସ୍ଥାପିତ ଭଳି ଛୋଟ ଗାଁରେ ହଜାର ହଜାର ଦେଖି ମୁଁ ଆନନ୍ଦିତ ହେବା ସହ ରାଜ୍ୟ ଓ କେନ୍ଦ୍ର ସରକାରକୁ ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ଉତ୍ସବ ରୂପରେ ପରିଣତ କରିବା ପାଇଁ ମୁଁ ଜଣାଇବି ବୋଲି ଅଭିଭାଷଣ ଦେଇଥିଲେ। ପରେ ପଶ୍ଚିମ ଓଡିଶାର ସୁନାମ ଅର୍ଜନ କରି ଥିବା କଣ୍ଠ ଶିଳ୍ପୀ ରୁକୁ ସୁନା ଓ ଦୀପ୍ତି ସ୍ୱାଇଁ ଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଦର୍ଶକଙ୍କ ଭିଡ଼ ସାଙ୍ଗକୁ ସମ୍ବଲପୁରୀ ଗୀତରେ ଝୁମି ଥିଲେ ଦର୍ଶକ। କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।
