ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୂଝାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିମନ୍ତେ ଝରିଗାଁ ବିଧାୟକ ନରସିଂହ ଭତରା ମନୋନୀତ କରିଥିବା ନିଜ ପ୍ରତିନିଧିଙ୍କୁ ବହିଷ୍କୃତ କରିଥିବା ଜଣାପଡିଛି। ଶ୍ରୀଭତରା ଯଦି କୌଣସି କାର୍ଯ୍ୟରେ ବାହାରେ ରୁହନ୍ତି ତେବେ ତାଙ୍କ ପରିବର୍ତ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯେ’ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ଓ ସମସ୍ତ ଦାୟିତ୍ଵ ସମ୍ପାଦନ କରିବାକୁ ବିଧାୟକ ପ୍ରତିନିଧିଭାବେ ଉମରକୋଟ ବ୍ଲକର ଇନ୍ଦ୍ରପୁରୀ ଗ୍ରାମର ଲବ କୁମାର ଦତ୍ତୋଙ୍କୁ ଚୟନ କରିଥିଲେ। ହେଲେ ବିଧାୟକ ଶ୍ରୀଭତରା ତାଙ୍କୁ ଉକ୍ତ ପଦବୀରୁ ବହିଷ୍କାର କରିଛନ୍ତି। ଆଜି ବିଧାୟକ ଏକ ଚିଠି ମାଧ୍ୟମରେ ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପ୍ରେରଣା କରିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଲବ କୁମାର ଦତ୍ତୋଙ୍କୁ ମଧ୍ୟ ଚିଠି ମଧ୍ୟରେ ସୂଚନା ପ୍ରଦାନ କରିଥିବା ଜଣାପଡିଛି।
