ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଦୁର୍ଗା ମାଧବ ହାଇସ୍କୁଲ ଖେଳ ପଡିଆଠାରେ ଆଜି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ଏହି ମେଳାକୁ ସାଂସଦ ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ମ, ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟବକ୍ତା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଭବାନିପାଟଣା ଡଃ. ପ୍ରଭାତ କୁମାର ପରିଡ଼ା, ସଦର ପଞ୍ଚାୟତ ସରପଞ୍ଚ ବିଣାପାଣି ସାହୁ, ନର୍ଲା ନିର୍ବାଚନ ବିଧାୟିକାଙ୍କ ପ୍ରତିନିଧିତ୍ଵ କରୁଥିବା ବିଜେଡି ଦଳ ବ୍ଲକ ସଭାପତି ସତ୍ୟନାରାୟଣ ସାହୁ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଦିବାକର ବାଗ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠି, ବ୍ଲକ ମତ୍ସ୍ୟ ଅଧିକାରୀ ରୁଦ୍ରନାରାୟଣ ଶବର, ମ, ରାମପୁର ପ୍ରାଣୀ ସମ୍ପଦ ଅଧିକାରୀ ଯୋଗଦେଇଥିବା ବେଳେ ମ, ରାମପୁର ଦୁର୍ଗା ମାଧବ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ଆଚାରୀ, ନୁନପୁର ସରପଞ୍ଚ ସବିତା ରଣା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କାନ୍ତ ହୋତା,ମ, ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, ମୋହନ୍ ଗିରି ମଣ୍ଡଳ ସଭାପତି ଖିଷ୍ଠଦତ ରାଉତ, ପୂର୍ବତନ ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା ସମେତ ବ୍ଲକର ସମସ୍ତ ଏମବିକେ,ସିଆରପି , ସମସ୍ତ ପ୍ରାଣୀ ଓ ମସ୍ଯ ଚାଷୀ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିବାବେଳେ ବିଭିନ୍ନ ଷ୍ଟଲ ମାନ ଖୋଲା ଯାଇଥିଲା। ସାଧାରଣ ଜନତାଙ୍କୁ ସଚେତନତା କରାଯାଇଥିଲା। ଏଥିରେ ସଫଳ ଚାଷୀ ମାନଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
