ଆଦିବାସୀଙ୍କ ଟୋକିମରା ପର୍ବ ଅବସରରେ ଗୁଡିଚଗା ପର୍ବ ଓ ପୋଢ଼ ପୂଜା ସମ୍ପନ୍ନ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ଆଦିବାସୀଙ୍କ ପରମ୍ପରା ଅନୁସାରେ ଚଳିତ ବର୍ଷ କଲମପୁର ବ୍ଲକ ଅଞ୍ଚଳରେ ଟୋକିମରା ପର୍ବ ଅବସରରେ ମଣ୍ଡଳ ଗ୍ରାମଠାରେ ଗୁଡିଚଗା ପର୍ବ ଏବଂ ପାଜେନ୍ ଗ୍ରାମଠାରେ ପୋଢ଼ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ପାଳନ କରିଥାନ୍ତି। କଲମପୁର ବ୍ଲକ ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଅନେକ କାର୍ଯ୍ୟକ୍ରମ ମହା ଧୁମଧାମରେ ପାଳନ କରାଯାଇଥାଏ। ପରେ ଗୁଡି ମାନଙ୍କରେ ଜାନୀ ଦିଶାରୀ ଗୁର୍ମେ ଙ୍କସହ ଟୋକିପର୍ବ ପାଳନ କରାଯାଉଥିବା ଗାଁ ମାନଙ୍କରେ ବନ୍ଧୁବାନ୍ଧବ  ମାନଙ୍କୁ ଟୋକି ପର୍ବ କରୁଥିବା ଗ୍ରାମକୁ ବରଣୀ ଭାବରେ ଆସିଥାନ୍ତି। ଟୋକିପର୍ବ ପାଳନ କରୁଥିବା ଗ୍ରାମ ମାନଙ୍କରେ ଗୁଡିଚଗା ସ୍ଥାନରେ ବିଭିନ୍ନ ଅଂଚଳର ଅତିଥିମାନେ ଉପସ୍ଥିତ ହେଲା ପରେ ତାଙ୍କୁ ଏକ ଖଟରେ ବସାଇ ନଚେଇ ନଚେଇ ଗୁଡିକୁ ପହଞ୍ଚାଇ ଗୁଡିଚଗି ଥାଆନ୍ତି। ବହୁ ରୀତିନୀତି ଅନୁସାରେ ଏହି ପର୍ବ ପାଳନ କରାଯାଇଥାଏ। ଜାନୁଆରୀ ମାସର ୨୮ତାରିଖ ରବିବାର ଦିନ ଟୋକି ପର୍ବ ପାଳନ କରାଯିବା କମିଟି ପକ୍ଷରୁ ସୂଚନା ମିଳିଛି।