ସପ୍ତଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପାଣିଗାଁ  ଚମ୍ପିୟାନ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ବିରମାଟି ଆନୁକୁଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ମଣ୍ଡଳ ସାଗର ପଡିଆ ଫୁଟବଲ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ୧୬ଗୋଟି ଦଳ ଭାଗନେଇ ଥିଲେ । ଟୁର୍ଣ୍ଣାମେଣ୍ଟ ଗତ ୨୩ତାରିଖରୁ ଆରମ୍ଭ ହୋଇ ୨୯ତାରିଖ ଦିନ ଶେଷ ହୋଇଛି। ସପ୍ତମ ଦିବସର ଫାଇନାଲ ଖେଳ କଲମପୁର ବ୍ଲକ ଅନ୍ତର୍ଗତ ଭେଲାଗାଁ ଏବଂ ପାଣିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ପାଣିଗାଁ ଦଳ ଭେଲାଗାଁ ଖେଳାଳି ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ଫାଇନାଲ ଖେଲଟିକୁ ମଙ୍ଗରାଜ ବନ୍ଦିଛୋଡ ପରିଚାଳନା କରିଥିବା ବେଳେ ପିଙ୍କୁ ଚିନ୍ଦା ଏବଂ ଧରଣୀ ଭୋଇ ଲାଇନମେନ ଦାୟିତ୍ଵ ତୁଲାଇଥିଲେ। ଦୁଃଶାସନ ଖରସେଲ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ମଣ୍ଡଳ ବିର ମାଟି ଯୁବକ ସଂଘ ଆନୁକୁଲ୍ୟରେ ହୋଇଥିବା ସପ୍ତମ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମଣ୍ଡଳ ପଞ୍ଚାୟତର ଯୋଗାଣ ସହାୟକ ଅନଙ୍ଗସେନ ମୁଖ୍ୟ ଅତିଥି, ଶିକ୍ଷକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ସମାଜସେବୀ ପ୍ରଦୀପ କୁମାର ବେହେରା, ମଣ୍ଡଳ ସରପଞ୍ଚ ତ୍ରୟମ୍ବକ ଭୋଇ, ସାମ୍ବାଦିକ ଗଣେଶ ରାମ ବାଗ, ସୁଶାନ୍ତ ବିହାରୀ, ସନ୍ତୋଷ ବାଗ, ତିର୍ଥରାଜ ମାଝୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଅଭିବାଦନ କରିବା ସହ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଦର୍ଶନରେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।  ମଣ୍ଡଳ ବିରମାଟି ଯୁବକ ସଂଘ ସଭାପତି ସାନୁର୍ଯ୍ୟ ମାଝୀ , ସମ୍ପାଦକ ମଳୟ କୁମାର ଭୋଇ, କୋଷାଧ୍ୟକ୍ଷ ତୁଳାରାମ ବନ୍ଦୀ ଛୋଡ ତଥା ଅନୁଷ୍ଠାନ ଓ ପରିଚାଳନା କମିଟିର କୁଶଳ ମାଝୀ, କହ୍ନେଇ ଭୋଇ, ରତ୍ନ ଭୋଇ, ମୁକେଶ ଭୋଇ, ଅମରେନ୍ଦ୍ର ଭୋଇ, ଜଗଦୀଶ ଭୋଇ ପ୍ରମୁଖ ଖେଳରେ ସକ୍ରିୟ ସହଯୋଗ କରିଥିଲେ । ଅତିଥି ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇ ଥିଲା।