କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେ ଥିବା ସାହିତ୍ୟ ଚେତାବନୀ ସଂସଦର ୩୭ ତମ ପୁଷପୁନି ଭେଟଘାଟ ଭେଟଘାଟ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ର ମୁକ୍ତମଞ୍ଚ ରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ସାହିତ୍ୟ ମନୁଷ୍ୟର ଚିନ୍ତା ଚେତନାକୁ ପରିଶୁଦ୍ଧ କରିବା ସହିତ ତାର ଚିନ୍ତାଧାରା ସମାଜରେ ସଂସ୍କାର ଆଣି ଥାଏ ବୋଲି ଉପସ୍ଥିତ ଅତିଥି ମାନେ ମତ ପୋଷଣ କରିଥିଲେ।ଦୁଇଟି ଅଧିବେଶନ ରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନ ରେ ସଂସଦ ର ସଭାପତି ଯାଜ୍ଞସେନୀ ସାହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ନଗର ପାଲ ନୃପରାଜ୍ ଯାଦବ ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ଡ଼. ଭଗବାନ ଜୟସିଂହ, ବରେଣ୍ୟ ଅତିଥି ଭାବରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଉପସ୍ଥିତ ଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗ ଦେଇ ଥଲେ କଟକ ର ଡ଼.ସେନାପତି ପ୍ରଦ୍ୟୁମ୍ନ କେଶରୀ ଯୋଗ ଦେଇ ଥିଲେ। ପରେ ଦିନ ୧୧ ଟା ସମୟରେ ସାରା ରାଜ୍ୟ ରୁ ଆସିଥିବା କବି ଓ ସାହିତ୍ୟିକ ମାନଙ୍କ ଦ୍ଵାରା ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ଥିଲା। ପରେ ସେହିପରି ଉଦଯାପନୀ ଅଧିବେଶନ ରେ ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା ଏଥିରେ ଦୂର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ଵତ ସମ୍ମାନ ପାଇଥିଲେ ପୁରୀ ର ଡ଼. ଭଗବାନ ଜୟସିଂହ , ସେହିପରି କଥା ସାହିତ୍ୟ,ପ୍ରବନ୍ଧ ସାହିତ୍ୟ ଓ କାବ୍ୟ କବିତା ପାଇଁ ଚେତାବନୀ ପ୍ରଜ୍ଞା ସମ୍ମାନ ପାଇଲେ ଭୁବନେଶ୍ଵର ର ଲକ୍ଷ୍ମୀ ଚାନ୍ଦ , ପୁରୀ ର ଡ଼. ଚିତ୍ତରଞ୍ଜନ ମିଶ୍ର ଓ ସୁବର୍ଣ୍ଣପୁର ର କେଦାର ମିଶ୍ର, କବି ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ ପାଇଲେ ସୁନ୍ଦରଗଡ ଜିଲ୍ଲାର ଡ.ମମତା ପ୍ରିୟଦର୍ଶିନୀ ସାହୁ,ଚେତାବନୀ ଶିକ୍ଷା ସମ୍ମାନ ପାଇଲେ କଳାହାଣ୍ଡି ଜିଲ୍ଲାର ଇ. ଅଜୟ କୁମାର ପଣ୍ଡା ,କବି ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ ପାଇଲେ ବାଲେଶ୍ଵର ଜିଲ୍ଲାର ସୁରଞ୍ଜନ ସାହୁ,କବି ଲକ୍ଷ୍ମୀକାନ୍ତ ସାହା ସୃତି ସମ୍ମାନ ପାଇଲେ ଭବାନୀପାଟଣା ର ଐଶ୍ୱର୍ଯ୍ୟା ପ୍ରଧାନ, ଚେତାବନୀ ସେବା ସମ୍ମାନ ପାଇଲେ କେସିଙ୍ଗା ଅଞ୍ଚଳର ବିଶିଷ୍ଟ ବୈଦ୍ୟ ସଦାନନ୍ଦ ପଟେଲ ,ସେହିପରି ଚେତାବନୀ ସୁହୃଦ ସମ୍ମାନ ପାଇଲେ କେସିଙ୍ଗା ର ବିପିନ ବିହାରୀ ବିଶି।ଉଦଯାପନୀ ସନ୍ଧ୍ୟାରେ ଚେତାବନୀ ସାହିତ୍ୟ ସଂସଦର କେନ୍ଦ୍ରୀୟ ସଭାପତି ଡ.ସେନାପତି ପ୍ରଦ୍ୟୁମ୍ନ କେଶରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ର ପ୍ରସିଦ୍ଧ କଥା ଶିଳ୍ପୀ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର ଉପସ୍ଥିତ ଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଡ଼. ଭଗବାନ ଜୟସିଂହ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଚିକିତ୍ସକ ତଥା ପୂର୍ବତନ ନଗରପାଳ ଡାକ୍ତର ହେମ ସାଗର ସାହା,ସ୍ଵତନ୍ତ୍ର ଅତିଥି ଭାବରେ କେସିଙ୍ଗା ର ବିଶିଷ୍ଟ କଥାଶିଳ୍ପୀ ଯାଜ୍ଞସେନୀ ସାହା ପ୍ରମୁଖ ଉପସ୍ଥିତ ଥିଲେ।ଅନୁଷ୍ଠାନ ର ସମ୍ପାଦକ ରଞ୍ଜନ କୁମାର ପଣ୍ଡା ସଂପାଦକୀୟ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ,ତପନ କୁମାର ଦାସ ଓ ଡ଼. ଗୀତାଶ୍ରୀ ପ୍ରିୟମ୍ବଦା ,ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଯୁକ୍ତା ପାଢ଼ୀ, ଯାଜବେନ୍ଦ୍ର ସାହା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ କେସିଙ୍ଗା ସାହିତ୍ୟ ସଂସଦର ଉପ ସଭାପତି ରମେଶ ଜେନା।
