ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ସେବାକୁ ତ୍ଵରାନିତ କରିବା ପାଇଁ ସୁଲଭ ମୂଲ୍ୟରେ ସୁବିଧା ଯୋଗାଇଦେବା ନିମନ୍ତେ ସ୍ବର୍ଗତ ସୁଭର୍ଣ୍ଣ ପ୍ରସାଦ ମାଝୀଙ୍କ ସ୍ମୃତିରେ ମାଝୀ ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।ଝରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଶୁକ୍ରବାର ଅଞ୍ଚଳବାସୀଙ୍କ ରୋଗୀସେବା ସହାୟକ ଉଦ୍ଧେଶ୍ୟରେ ଆମ୍ବୁଲାନ୍ସର ଲୋକାର୍ପିତ କରାଯାଇଛି। ଏହିଭଳି ମହାନତା ଦେଖାଇଛନ୍ତି ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କ ପରିବାର, ଭଗବାନ ମାଝୀଙ୍କ ସହଧର୍ମିଣୀ ତଥା ପ୍ରଦୀପ ମାଝୀଙ୍କ ସ୍ବର୍ଗତ ମାଁ ସୁଭର୍ଣ୍ଣ ପ୍ରସାଦ ମାଝୀଙ୍କ ନାଁରେ ଝରିଗାଁ ଅଞ୍ଚଳବାସୀଙ୍କୁ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି। ପ୍ରଦୀପ ମାଝୀଙ୍କ ସାନ ଭାଇ ପ୍ରସନ୍ନ ମାଝୀଙ୍କ ପୁଅ ଏବଂ ପ୍ରଦୀପ ମାଝୀ ଏହି ଆମ୍ବୁଲାନ୍ସର ଶୁଭ ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଦୀପ ମାଝୀଙ୍କ ବାପା ତଥା ପୂର୍ବତନ ସାଂସଦ ଭଗବାନ ମାଝୀ ଏବଂ ପ୍ରଦୀପ ମାଝୀଙ୍କ ସହଧର୍ମିଣୀ ଶୁଶ୍ରୀ ସଂଗୀତା ସାହୁ ଉପସ୍ଥିତ ଥିଲେ। ପ୍ରଦୀପ ମାଝୀଙ୍କ ସାନ ଭାଇ ତଥା କୁଟ୍ରିଛାପର ପଞ୍ଚାୟତର ସମିତି ସଭ୍ୟ ପ୍ରସନ୍ନ ମାଝୀ ନିଜର ମିଳୁଥିବା ଦରମାରୁ ଏହି ଆମ୍ବୁଲାନ୍ସ କିଣି ସ୍ବର୍ଗତ ମାଁଙ୍କ ସ୍ମୃତିରେ ପ୍ରଦାନ କରିଛନ୍ତି। ଏହି ଆମ୍ବୁଲାନ୍ସ ସେବା ଗରିବ ଜନସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ସେବା ଯୋଗାଇଦେବ ଏହା ଦ୍ୱାରା ଅନେକ ଲୋକ ଉପକୃତ ହେବେ ବୋଲି ପ୍ରଦୀପ ମାଝୀ କହିଛନ୍ତି। ଜନସାଧାରଣ ଏହିଭଳି ମହାନତା କାର୍ଯ୍ୟକୁ ପ୍ରଂଶସା କରିଛନ୍ତି। ତେବେ ଏହି ଆମ୍ବୁଲାନ୍ସକୁ ଝରିଗାଁ ବଣିକ ସଂଘ ପରିଚାଳନା ଦାୟିତ୍ୱ ନେଇଥିବାବେଳେ ଅଞ୍ଚଳରେ ଚିକିତ୍ସା ପାଇଁ ଝରିଗାଁବାସୀଙ୍କୁ ସମ୍ପୂର୍ଣ ମାଗଣା ସୁବିଧା ମିଳିବ ଏବଂ ଅନ୍ୟ ମେଡ଼ିକାଲକୁ ଗଲେ ତାହା ସୁଲଭ ମୂଲ୍ୟରେ ଏହି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ବଣିକ ସଂଘ ସଭାପତି ଅନିଲ ଜୈନ କହିଛନ୍ତି ।
