ଅସହାୟ ଲୋକଙ୍କୁ ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଶୀତ ଋତୁ ଆରମ୍ଭ ହୋଇଥିବାବେଳେ ଅନେକ ବୃଦ୍ଧ, ବୃଦ୍ଧା ଗରିବ ଶ୍ରେଣୀର ଲୋକମାନେ ଶୀତ ବସ୍ତ୍ର ନଥୁବା ହେତୁ ଶୀତ ଦିନେ କଷ୍ଟ ଅନୁଭବ କରିଥାନ୍ତି। ଅସହାୟ ଗରିବ ଲୋକଙ୍କ ଦୁଃଖ ସମୟରେ ସାହା ହୋଇଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଆଗରୁ ମଧ୍ୟ କରୋନା ମହାମାରୀ ସମୟରେ ଘର ଘର ଯାଇ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଲୋକଙ୍କ ପ୍ରଶଂସା ପାତ୍ର ହୋଇଥିଲେ । ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକରେ ସମାଜ ସେବା ମନୋଭାବ ନେଇ ତିନିଦିନ ତଳେ ବ୍ଲକର ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା କେଗାଁ, ସିନାପାଲି,ଲେତେର, ମହାଳିଙ୍ଗ, ବୋର୍ଡି, ନୂଆଗାଁ, ଉଚ୍ଚଳା ଓ ବଡ଼ଚେରଗାଁର ୨୦୦୦ରୁ ଊର୍ଦ୍ଧ୍ବ ବୃଦ୍ଧ, ବୃଦ୍ଧା ଓ ଗରିବ ଅସହାୟ ଲୋକଙ୍କୁ ଶୀତ ଦିନରୁ ରକ୍ଷା ପାଇବା ପାଇଁ ନିଜସ୍ଵ ପାଣ୍ଠିରୁ କମ୍ବଳ ବଣ୍ଟନ କରିଛନ୍ତି । ପୁଣିଥରେ ଆଜି କୁହୁରା ଓ ଚହକା ଦୁଇଟି ପଞ୍ଚାୟତରେ ୧୩୦୦ ରୁ ଉର୍ଦ୍ଧ ଶୀତ ବସ୍ତ୍ର ବା କମ୍ବଳ ବଣ୍ଟନ କରିଥିଲେ ବ୍ଲକ ଅଧ୍ୟକ୍ଷ ଶ୍ରୀମହାନନ୍ଦ । ଏହି ୧୦ ଟି ପଞ୍ଚାୟତରେ ସମୁଦାୟ ୩୩୦୦ ରୁ ଉର୍ଦ୍ଧ କମଳ ବଣ୍ଟନ କରାଯାଇ ଥିଲା । ଆଗାମୀ ଦିନରେ ବ୍ଲକର ବାକି ଥିବା ୧୮ ଟି ପଞ୍ଚାୟତରେ ଏଭଳି କମ୍ବଳ ବଣ୍ଟନ କରାଯିବା ନେଇ ଜଣାପଡିଛି। ଏହି କମଳ ବଣ୍ଟନ କାର୍ଯ୍ୟକ୍ରମରେ ସମାଜସେବୀ ଜୟନ୍ତ ସିଂ, ବିଶି କେଶନ ଜ୍ୟୋତିଷ, ବସନ୍ତ ଚଲାନ, ଦୁଷ୍ମନ୍ତ ସେନାପତି, ଉପେନ୍ଦ୍ର ସିପକା, ପଙ୍କଜ ମହାନନ୍ଦ, ଦେବ ସୁନାନୀ,ଇଡି ମାଝୀ, କିରଣ ରାଉତ, ପଦ୍ମ ଲୋଚନ ସୁନାନୀ, ବିଭୀଷଣ ସେଠିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀମହାନନ୍ଦଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।