ଯୁବ ସଙ୍ଗଠକ ସ୍ବର୍ଗତ ଜୟନ୍ତ ନାଏକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଓ କ୍ୟାଣ୍ଡେଲ୍ ଶୋଭାଯାତ୍ରା

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟ୍ରୁ ନବଶକ୍ତି ଯୁବକ ସଂଘ ଆନୁକୂଲ୍ୟରେ ସ୍ବର୍ଗତ ଯୁବ ପ୍ରତିଭା ଜୟନ୍ତ ନାଏକଙ୍କ ପାଇଁ ଦୁର୍ଗା ମଣ୍ଡପ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା। ସର୍ବ ପ୍ରଥମେ ସାପ୍ତାହିକ ବଜାର ପଡ଼ିଆ ଠାରୁ କ୍ୟାଣ୍ଡେଲ୍ ଶୋଭା ଯାତ୍ରାକରି ସଂଘର ସମସ୍ତେ ଏକତ୍ରିତ ହୋଇଥିଲେ ଓ ସ୍ବର୍ଗତ ଜୟନ୍ତଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶହଶହ ସଂଖ୍ୟାରେ ବଡକୁଟୃ ଏବଂ ସ୍ବର୍ଗତ ନାଏକଙ୍କ ଗ୍ରାମ ବର୍ଛିରୁ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବଡକୁଟୃ ଗ୍ରାମ ପଞ୍ଚାୟତ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ନବଶକ୍ତି ଯୁବକସଂଘ ସଭାପତି ଗଗନ ବିହାରୀ ନାୟକ, ଉପଦେଷ୍ଟା ଘନଶ୍ୟାମ ନାୟକ, ଷଷ୍ଠୀ ପ୍ରସାଦ ସୁନାନୀ ଓ ଜୟନ୍ତଙ୍କ ବଡ଼ଭାଇ ଜଗଦୀଶ ନାଏକ ପ୍ରମୂଖ ଜୟନ୍ତଙ୍କ ସ୍ମୃତି ଚାରଣ କରି ନିଜନିଜ ବକ୍ତବ୍ୟ ରଖିଥିଲେ। ଜୟନ୍ତ ସବୁଦିନ ଲାଗି ସମସ୍ତଙ୍କ ହୃଦୟରେ ବଞ୍ଚି ରହିଥିବ ଓ ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନିରୁଦ୍ଧ ନାଗ, ଦିଲ୍ଲୀପ କୁମାର ବାରିକ, ଅଭିମନ୍ୟୁ ନିଆଲ, ତାମେଶ କୁମାର ନାଏକ, ନେତ୍ରାନନ୍ଦ ସ୍ୱାଇଁ, ପୁଣ୍ଡରୀ କାକ୍ଷ ନାୟକ, ସୁଧାଂଶୁ ସାହୁ, ଈଶ୍ୱର ସୁନାନୀ, ମୀନକେତନ ସାହୁ, ଚନ୍ଦ୍ରହାସ୍ୟ ଛତ୍ରପାଲ, ବିଷ୍ଣୁ ପ୍ରସାଦ ପଟ୍ଟଯୋଶୀ, ହିମାଂଶୁ ନିଆଲ, ଗିରିଧାରୀ ବାଗ ସମସ୍ତେ ଏହି ଶୋକ ସଭାର ଆୟୋଜକ ଥିଲେ । ଶିବ ପ୍ରସାଦ ମହାରଣା ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *