କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଆମପାଣି ବୁଢାରଜା ଉଚ୍ଚ ବିଦ୍ୟାଳୟରେ ଗୁରୁବାର ସ୍ୱାଭିମାନ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର କାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମ୍ବିଧାନ ଓ ତା ବିଷୟରେ ଥିବା ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ସମ୍ବନ୍ଧରେ ପ୍ରାଞ୍ଜଜ ଭାବେ ଅବଗତ କରି, ଜଣେ ଭାରତୀୟ ନାଗରିକ ଭାବେ ସମ୍ବିଧାନ ସମ୍ବନ୍ଧରେ ଅଧ୍ୟୟନ କରି ଜ୍ଞାନ ଆହାରଣ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରେ ଛାତ୍ରଛତ୍ରୀ ମାନଙ୍କ ମଧ୍ୟରୁ ଛାତ୍ରୀ ପଲ୍ଲବୀ ନାଏକ, ଛାତ୍ର ଦୁଷ୍ମନ୍ତ ବଞ୍ଜରା, ଥବିର ନାଗଙ୍କ ସହିତ ଶିକ୍ଷକ ଚୁଡାମଣୀ ମହାନନ୍ଦ, ତ୍ରିଲୋଚନ କାଣ୍ଡ ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିଲେ। ଶିକ୍ଷକ ଭାଗ୍ୟବାନ ବାଗ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ସୁରଜ ତାଣ୍ଡି, ଲୋକାନାଥ ରାଉତ, ଅଧ୍ୟାପକ ଧନେନ୍ଦ୍ର ପୂଝାରି, ଭାଗ୍ୟଶିନୀ ପଟେଲ, ନିରାକାର ବେଶ୍ରା, କ୍ଷମାନନ୍ଦ ଟାଣ୍ଡି, ଜିତେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।
