ଏସ୍.ଏନ୍.ଏସ୍. ବିଦ୍ୟାପୀଠରେ ‘ସମ୍ବିଧାନ ଦିବସ’ ପାଳିତ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଚାରବାହାଲ ସ୍ଥିତ ଏସ୍.ଏନ୍.ଏସ୍. ବିଦ୍ୟାପୀଠରେ ଆଜି ‘ସମ୍ବିଧାନ ଦିବସ’ ପାଳିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ଉପସ୍ଥିତ ସମସ୍ତେ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ, ସମାନତା, ନ୍ୟାୟ ଓ ଭାତୃତ୍ୱବୋଧକୁ ବଜାୟ ରଖିବାକୁ ସଂକଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *