ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରେ‘ସମହିତା’ ପ୍ରକଳ୍ପର ରିସୋର୍ସ ସେଣ୍ଟର ଉଦ୍‌ଘାଟିତ

କୃଷ୍ଣପ୍ରସାଦ/କ୍ରାନ୍ତିକ୍ଷେତ୍ର : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ନୂଆପଡା ପଞ୍ଚାୟତରେ ‘ସମହିତା’ ପ୍ରକଳ୍ପ ପକ୍ଷରୁ ଏକ ନୂତନ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳର ସାଧାରଣ ଜନତାଙ୍କ ସମେତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ତହସିଲଦାର, ସିଡ଼ିପିଓ, ବ୍ଲକ୍ ଅଧ୍ୟକ୍ଷା, ରଞ୍ଜିତ ମାହାପାତ୍ର, ଜଗନ୍ନାଥ ମିଶ୍ର, ପଞ୍ଚାୟତ ପ୍ରତିନିଧି ଏବଂ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୫ଟି ପଞ୍ଚାୟତର ସଦସ୍ୟଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଉତ୍ସାହର ସହ ଯୋଗଦେଇଥିଲେ। ଏହି ରିସୋର୍ସ ସେଣ୍ଟରଟି ଏକ ମୁଖ୍ୟ ସୂଚନା ଓ ସହାୟତା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରୁ ଲୋକମାନେ ବିଭିନ୍ନ ସରକାରୀ ଯୋଜନା, ସରକାରୀ ସୁବିଧା ସୁଯୋଗ ଏବଂ ଡିଜିଟାଲ ସେବା ସମ୍ପର୍କରେ ସଠିକ୍ ତଥ୍ୟ ଓ ଆବଶ୍ୟକୀୟ ସହାୟତା ପାଇପାରିବେ। ବିଶେଷକରି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଅଧିକାର ଓ ସୁଯୋଗ ସମ୍ପର୍କରେ ସଚେତନ କରିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସମାଜରେ ସମାନ ଅଧିକାର, ସାମାଜିକ ନ୍ୟାୟ ଓ ସମାବେଶୀ ବିକାଶକୁ ଅଧିକ ଗୁରୁତ୍ୱ ମିଳିବ। ଏଭଳି ଏକ ଜନକଲ୍ୟାଣକାରୀ ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜୀବନଧାରାରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *