କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ପକ୍ଷରୁ ୭୭ତମ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଭାପତି ବଳରାମ ଦୁର୍ଗାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ କଲମପୁର ବିଡ଼ିଓ ବିଜୟ କୁମାର ମଣ୍ଡାଙ୍ଗି ମୁଖ୍ୟ ଅତିଥି, ବିପିଏମ ରିଗାନିଅସ ଏକ୍କା, ଘନଶ୍ୟାମ ନାଏକ, ମୋତିରାମ ସେଟ୍, ପୁର୍ବତନ ସଭାପତି କୃଷ୍ଣଚନ୍ଦ୍ର ମିଆଁଲ, ଶତ୍ରୁଘନ ବାଗ, କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ଉପ ସଭାପତି ଶ୍ରୀକାନ୍ତ ଛତ୍ରିଆ, ଆଶିଷ ନାଗ, ସାଧାରଣ ସମ୍ପାଦକ ସେନାପତି ନାଏକ, ଗଣେଶରାମ ବାଗ, ଚକ୍ରଧର ନାଏକ ତଥା ଅଞ୍ଚଳର ଅନେକ ଆମ୍ବେଦକର ପ୍ରେମୀ ସାମିଲ ଥିଲେ। ସର୍ବ ପ୍ରଥମେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପଜ୍ଜଲନ ଓ ମାଲ୍ୟାର୍ପଣ ସହ ପଞ୍ଚଶିଲ ପଠନ କରାଯାଇଥିଲା, ସମ୍ବିଧାନକୁ ସମସ୍ତେ ଅଧ୍ୟୟନ କରି ନିଜର ମୌଳିକ ଅଧିକାର ହାସଲ କରିବା ଓ ସମ୍ବିଧାନ ଦିବସକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତେ ପାଳନ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଂପାଦକ ସେନାପତି ନାଏକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଆମ୍ବେଦକର ପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ।
