ଲଖନପୁର ଗାଁର ବିକାଶ ପାଇଁ ପ୍ରଶାସନର ପଦକ୍ଷେପ

ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ. ରବି କୁମାର) : ମାଲକାନଗିରି ବ୍ଲକ ତଣ୍ଡିକି ପଞ୍ଚାୟତର ଦୁର୍ଗମ ଲଖନପୁର ଗ୍ରାମର ବିକାଶ ପାଇଁ ପ୍ରାୟ ୪ କିମି ପାହାଡ଼ିଆ ରାସ୍ତା ଚାଲି ପହଞ୍ଚିଲେ ପ୍ରଶାସନିକ ଟିମ୍‌। ଗ୍ରାମର ୧୬ଟି ପରିବାରର ସମସ୍ୟା ଅନୁଧ୍ୟାନ କରି ଜୀବିକା, ଶିକ୍ଷା ଓ ମୌଳିକ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମର ଅବହେଳିତ ସ୍ଥିତି ନେଇ ପୂର୍ବରୁ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଡିଓ ତପନ କୁମାର ସେନାପତିଙ୍କ ନିର୍ଦ୍ଦେଶରେ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ଦୁଇଟି ଏସ୍‌ଏଚ୍‌ଜି ଗଠନ ଓ ପଶୁପାଳନକୁ ପ୍ରୋତ୍ସାହନ ଦିଆଯିବ। ଗ୍ରାମର ତିନିଜଣ ଅଧାରୁ ପାଠ ଛାଡ଼ିଥିବା ଶିଶୁଙ୍କୁ ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ। ଏଥିସହ ପାନୀୟ ଜଳ ପାଇଁ ପୋଖରୀ ଜଳ ବିଶୋଧନ, ବିଚ୍ଛିନ୍ନ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପନ, ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ଓ କୃଷି ମାଧ୍ୟମରେ ଆୟ ବୃଦ୍ଧି ଉପରେ ଆଲୋଚନା ହୋଇଛି। ଆଧାର କାର୍ଡରୁ ବଞ୍ଚିତ ପରିବାରଙ୍କ ପାଇଁ ଡିସେମ୍ବର ପ୍ରଥମ ସପ୍ତାହରେ ସ୍ୱତନ୍ତ୍ର ଶିବିର ହେବ।

Leave a Reply

Your email address will not be published. Required fields are marked *