ନରଣପୁର ପଞ୍ଚାୟତରେ ୨୦୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଭତ୍ତା ବଣ୍ଟନ

କେନ୍ଦୁଝର/କ୍ରାନ୍ତିକ୍ଷେତ୍ର (ମନ୍ମଥ ବେହେରା) : ବୟସ୍କ ଓ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ନରଣପୁର ଗ୍ରାମପଞ୍ଚାୟତ ପରିସରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୨୦୦ରୁ ଊର୍ଦ୍ଧ୍ୱ ବୟସ୍କ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ପିଇଓ କ୍ଷେତ୍ରବାସୀ ଜେନା, ବିଜେପି ପଞ୍ଚାୟତ ପ୍ରମୁଖ କ୍ରିଷ୍ଣା ଦାସ ଏବଂ ବିଜେପି କାର୍ଯ୍ୟକର୍ତ୍ତା ଇନ୍ଦ୍ରମଣି ସାହୁ ଉପସ୍ଥିତ ରହି ଭତ୍ତା ବଣ୍ଟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଲାଭ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱ ବହନ କରୁଛି। ବାର୍ଦ୍ଧକ୍ୟ ଅବସ୍ଥାରେ ଆର୍ଥିକ ସହାୟତା ବୟସ୍କଙ୍କ ଜୀବନଧାରଣରେ ସହାୟକ ହେବା ସହ ସେମାନଙ୍କ ମନରେ ସୁରକ୍ଷା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ।

ବୟସ୍କଙ୍କ ସମ୍ମାନ, ସୁରକ୍ଷା ଓ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ଏକ ସକାରାତ୍ମକ ପ୍ରୟାସ ।

Leave a Reply

Your email address will not be published. Required fields are marked *