କେନ୍ଦୁଝର/କ୍ରାନ୍ତିକ୍ଷେତ୍ର : (ଯଯାତୀ କେଶରୀ ବେହେରା) କେନ୍ଦୁଝର ଜିଲ୍ଲା ବିଜେପିର ନୂଆ ଟିମ ଗଠନ ସହ ଜିଲ୍ଲା ବିଜେପିର ନୂଆ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜେପି ସଭାପତି ସୁକଦେବ ମହାନ୍ତ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଜିଲ୍ଲା ଉପସଭାପତି ଭାବେ ଜ୍ଞାନରଞ୍ଜନ ସାମନ୍ତସିଙ୍ଗାର, ପଞ୍ଚାନନ ସାହୁ, ଦେବପ୍ରସାଦ ମିଶ୍ର, ଅସୀମା ମିଶ୍ର, ବିବେକାନନ୍ଦ ମହାନ୍ତ, ସିଦ୍ଧାର୍ଥ ସିଂହ, ସୁଦର୍ଶନ ମହାନ୍ତ ଓ ସୋମବାରୀ ମୁଣ୍ଡା ମନୋନୀତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ଅନୁବ୍ରତ ବେହେରା, ଅଗନୁ ଚରଣ ମହାନ୍ତ ଓ ଯଶସ୍ଵିନୀ ବଳ ମନୋନୀତ ହୋଇଛନ୍ତି । ସେହିଭଳି ସମ୍ପାଦକ ଭାବେ ଦୀପକ କୁମାର ଜେନା, ଛୈଳବାଳା ନାୟକ, ବିଶ୍ଵଜିତ ତ୍ରିପାଠୀ, ଅଶୋକ କୁମାର ବେହେରା, ଝରଣା ମହାନ୍ତ, ଦୁଷ୍ମନ୍ତ ମହାନ୍ତ, ଅର୍ଣ୍ଣପୂର୍ଣ୍ଣା ଦେହୁରୀ, ରସ୍ମିତା ପାଣିଗ୍ରାହୀ ମନୋନୀତ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ହରିହର ମହାନ୍ତ ମନୋନୀତ ହୋଇଥିବାବେଳେ । କାର୍ଯ୍ୟାଳୟ ସମ୍ପାଦକ ଭାବେ ପ୍ରକାଶ ସୂତ୍ରଧର ଓ କାର୍ଯ୍ୟାଳୟ ସହସମ୍ପାଦକ ଭାବେ ସୁଶୀଲ କୁମାର ନାୟକଙ୍କ ନାମ ଘୋଷଣା କରାଯାଇଛି । ତେବେ ଆଗକୁ ଏହି ନୂଆ ଟିମ ବିଜେପି ଦଳକୁ ଜିଲ୍ଲାରେ କେତେ ସଂଗଠିତ କରୁଛି ତାହା ସାଧାରଣରେ ଚର୍ଚା ହେଉଛି ।


