ନିଆଁ ଲାଗି ଧାନ ଗଦା ପାଉଁଶ  : ଚାଷୀ ମୁଣ୍ଡରେ ଚିନ୍ତା

କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର  : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା ଥାନା/ତହସିଲ୍ ଅନ୍ତର୍ଗତ ଚିର୍ମା ଗ୍ରାମ ସଦରର ଭଗତ ମୁରିଆଙ୍କ ଧାନ କୋଠାର ଠାରେ ଗତ ସୋମବାର ବିଳମ୍ବିତ ରାତିରେ ଦୁଇଟି ଧାନ ଗଦାରେ କୌଣସି ପ୍ରକାରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧାନଗଦା ଜଳି ପାଉଁଶ ହୋଇଯାଇଛି। ମିଳିଥିବା ସୁଚନା ଅନୁଯାୟୀ ଭଗତ ମୂରିଆ ନିଜ ଚାରି ଏକର ଜମିରେ ଚାଷ କରିଥିବା ଧାନ କୁ ତାଙ୍କ ଧାନ ଖୋଳା ରେ ରଖିଥିଲେ ଭଗତଙ୍କ କହିବା ଅନୁଯାୟୀ ଏତିକି ଚାଷ ରେ ପ୍ରାୟ ୧୨୦ କ୍ଵିଣ୍ଟାଲ ଧାନ ବର୍ଷକୁ ପାଉଥିଲେ କିନ୍ତୁ ରାତି ଘରେ ସୋଇଥିବା ସମୟରେ ଏହି ଧାନ ଗଦା ରେ ହଠାତ୍ ନିଆଲଗି ଯାଇଥିଲା । ଏହା ଦେଖି ଦମକଳ କେନ୍ଦ୍ରକୁ ଫୋନ କରିବାରୁ ନିକଟସ୍ଥ କୋରାପୁଟ ଜିଲ୍ଲାର କୋଟପାଡ଼ ରୁ ଅଗ୍ନିଶମ ବାହିନୀ ଆସି ବଳକା ନିଆଁକୁ ଆୟତ୍ତ କରିଥିଲେ ତଥାପି ଦୁଇଟି ଧାନ ଗଦା କୁ ଲାଗିଥିବା ଦୁଇଟି ପାଳ ଗଦା ମଧ୍ୟ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।ସୂଚନା ପାଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଶ୍ରୀ ବିଜୟ କୁମାର ମାଝୀ ଘଟଣା ସ୍ଥଳ ରେ ଯାଇ ସମ୍ପୂର୍ଣ୍ଣ ସ୍ଥିତି ପରଖି ନିଆଁରେ ଜଳିଥିବା ଧାନର କ୍ଷୟକ୍ଷତିର ଆନୁମାନିକ ଆକଳନ କରି ଥିଲେ। ବର୍ତ୍ତମାନ ସ୍ତାନୀୟ ଜନସାଧାରଣ ତୁରନ୍ତ ଚାଷି ଙ୍କୁ ଖେତିପୁରଣ ଯୋଗାଇଦେବା କୁ ଦାବୀ କରିଥିବା ବେଳେ ଚାଷୀ ଭଗତ ସରକାର ଙ୍କୁ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ଧାର ଉଦ୍ଧାର କରି ନାହିଁ ନଥିବା ଅସୁବିଧାର ସାମ୍ନା ରେ ଚାଷ କରି ବର୍ଷକର ଅର୍ଜନ କୁ ଆଖି ସାମ୍ନା ରେ ଜଳି ଯାଇଥିବା କୁ ଦେଖି ଭଗତ ଙ୍କ ସହ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।