ଜୁନାଗଡ/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଣ୍ଡାକୁଟୁରା ଗ୍ରାମଠାରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଶୁକ୍ରବାର ଅପରାହ୍ନରେ ଗ୍ରାମର ମହିଳା ମାନଙ୍କୁ ନେଇ କଳସ ଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଓ ଶ୍ରଦ୍ଧାଳୁ ଭକ୍ତିର ସହ ନୂତନ ବସ୍ତ୍ର ପରିଧାନ କରି ମୁଣ୍ଡରେ ପୂର୍ଣ୍ଣକଳସ ଧାରଣ କରି ଶୋଭା ଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖଧ୍ୱନି ଓ ହରିବୋଲ ହୁଳହୁଳିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଗ୍ରାମ ପରିକ୍ରମା କରିବା ପରେ ଜଳ ପୂର୍ଣ୍ଣ କଳସ ଗୁଡ଼ିକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା।ଏହି ପୂଜା ଉପଲକ୍ଷେ ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ଶୁସଜ୍ଜିତ କରାଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହେଉଛି । ମା’ ଗଜଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି ଭକ୍ତମାନେ ମନୋ କାମନା କରିଥିଲେ । ଯଜ୍ଞକର୍ତ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭବାନି ଶଙ୍କର ମେହେର ଓ ତାଙ୍କ ଧର୍ମପତ୍ନୀ ସାକମ୍ବରୀ ମେହେର ନିୟୋଜିତ ହୋଇଥିବାବେଳେ ପୂଜକ ଭାବେ ଶ୍ରୀଯୁକ୍ତ ବୃନ୍ଦାବନ ପାଢ଼ୀ ଦାୟିତ୍ଵ ତୁଲାଉଛନ୍ତି ।
