ସୌରଭ ଗାଙ୍ଗୁଲିଙ୍କୁ ଝଟ୍‌କା

କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଆଜି ମୁକ୍ତିଲାଭ କରିବାକୁ ଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦୂସରା’ର ରିଲିଜ୍ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଦାବି କରି ଗାଙ୍ଗୁଲି ଦାଖଲ କରିଥିବା ପିଟିସନ୍‌କୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ଫିଲ୍ମର ନିର୍ମାତାମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ଏବଂ ନିର୍ଦ୍ଧାରିତ ସମୟରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପାଇଁ ବାଟ ଫିଟିଛି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦିନେଶ ଭଟ୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, “ଆମେ ଫିଲ୍ମର ରିଲିଜ୍ ଉପରେ କୌଣସି ରୋକ୍ ଲଗାଉନାହୁଁ, ତେଣୁ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରିବ”। ତେବେ ଗାଙ୍ଗୁଲିଙ୍କ ପକ୍ଷରୁ ଉଠାଯାଇଥିବା ଆଇନଗତ ଆପତ୍ତି ଉପରେ କୋର୍ଟରେ ପରବର୍ତ୍ତୀ ଶୁଣାଣି ଜାରି ରହିବ।

Leave a Reply

Your email address will not be published. Required fields are marked *