ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଜନ୍ମଦିନ ପାଳନ 

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ଭୁବନେଶ୍ୱର ସ୍ଥିତ ଲୋହିଆ ଭବନ ଠାରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏହି ଅବସରରେ ‘ସମାଜରେ ସମାନତା ଆଣିବା ପାଇଁ ସାମାଜିକ ନ୍ୟାୟ ଓ ପ୍ରଦୂଷଣ ମୁକ୍ତ ଭାରତ’ ଶିର୍ଷକ ଆଲୋଚନାଚକ୍ର ଆୟୋଜନ ହୋଇଥିଲା। ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ କିଶୋର ବାରିକ, ରାଜ୍ୟ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି ଦାସ, କୋଷାଧ୍ୟକ୍ଷ ସଞ୍ଜୟ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ସାଂପ୍ରତିକ ପରିସ୍ଥିତିରେ ସାମାଜିକ ନ୍ୟାୟ ଓ ପ୍ରଦୂଷଣ ମୁକ୍ତ ଭାରତ ଉପରେ ବକ୍ତା ପଞ୍ଚାନନ ପ୍ରଧାନ, ନିର୍ମଳ ଜତି, ଜଗଦିଶ ଯାଦବ, ଟଙ୍କଧର ଦାସ, ବାଳକୃଷ୍ଣ ଶଣ୍ଢ, ବିଜୟ ବେହେରା, ପ୍ରେମଲାଲ ଥପା, ଡମ୍ବରୁ ଖର୍ସେଲ, ଧିରେନ୍ ଦାସ, ଦିପକ ସାହୁ, ଗଙ୍ଗାଧର ବନଛୋର, ରଞ୍ଜିତ ଆଡଜୁଏଡ, ଉଲ୍ଲାସ ବାରିକ ପ୍ରମୁଖ ଆଲୋଚନା କରିଥିବାବେଳେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିତି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ କେକ୍ କାଟି ଅଖିଳେଶ ଯାଦବଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏଥିରେ ରାଜ୍ୟ ପଦାଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ରାଜ୍ୟ ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, ଯୁବ ନେତୃତ୍ବ ସନ୍ତୋଷ କୁମାର ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *