କଳାହାଣ୍ଡିରୁ ୧୯୨ ଜଣ ତୀର୍ଥଯାତ୍ରୀଙ୍କ ଅଯୋଧ୍ୟା ଓ ବାରାଣସୀ  ଯାତ୍ରା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଆଜି ଜିଲ୍ଲା ପର୍ୟ୍ୟଟନ କାର୍ଯ୍ୟଲୟ ପରିସରରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୧୯୨ ଜଣ ତୀର୍ଥଯାତ୍ରୀ ୫ ଟି ବସ ଯୋଗେ ଅଯୋଧ୍ୟା ଓ ବାରାଣସୀ କୁ ଯିବା ପାଇଁ ରାୟଗଡ଼ା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତା କାଲି ୫ ଟି ଜିଲ୍ଲା ଯଥା ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ତୀର୍ଥଯାତ୍ରୀ ୧.୧୦.୨୦୨୬ ତାରିଖ ସକାଳ ୧୦.୦୦ ଘ ସମୟରେ ରାୟଗଡ଼ା ରେଳ ଷ୍ଟେସନ ଠାରୁ ସ୍ଵତନ୍ତ୍ର ଟ୍ରେନରେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଗସ୍ତ କରିବେ। ଏହି ଅବସରରେ ଆଜି ମଧ୍ୟ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାରୁ ୫୭୦ ଜଣ ତୀର୍ଥଯାତ୍ରୀ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ୧୭ ଟି ଶୀତତାପ ନିୟନ୍ତ୍ରିତ ବସରେ ଯାତ୍ରା କରିଛନ୍ତି।ବରିଷ୍ଠ ନାଗରିକମାନଙ୍କୁ ରାଜ୍ୟର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳୀ ପରିଦର୍ଶନର ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ” ଏବଂ “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ” କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ତହସିଲଦାର କଳାହାଣ୍ଡି କ୍ଷୀରୋଦ ବିହାରୀ  ଭାରତ ନାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଳାହାଣ୍ଡି ମନୋଜ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ ପ୍ରମୁଖ ଯୋଗଦେଇ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତୀର୍ଥଯାତ୍ରାରେ ଯାଉଥିବା ବସ୍‌କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ଓ ତୀର୍ଥଯାତ୍ରୀଙ୍କ ଯାତ୍ରା ସୁଖଦ, ନିରାପଦ ଓ ସ୍ମରଣୀୟ ହେଉ ବୋଲି ଶୁଭକାମନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *