ଭବାନୀପାଟଣାରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେଲା ୧୨ ଘଣ୍ଟିଆ ବନ୍ଦ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୋମ୍ୟ ରଞ୍ଜନ ପତ୍ର) : ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନର ମିଳିତ ଆହ୍ୱାନ କ୍ରମେ ଆଜି ଭବାନୀପାଟଣାଠାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହି ବନ୍ଦ ପ୍ରଭାବଶାଳୀ ରହିଥିବାବେଳେ ସହରବାସୀ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିଥିଲେ। ପ୍ରମୁଖ ନେତୃତ୍ୱ ଓ ଅଂଶଗ୍ରହଣ: ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ପ୍ରଧାନ, ସହ ସଂଯୋଜକ ହେରମ୍ବ ସେନାପତି, ‘ମା’ ମାଟି ମାଳି’ର ଉପଦେଷ୍ଟା ସୁରେଶ ସଂଗ୍ରାମ, ଛାତ୍ର ସଂଗଠନ ସଭାପତି ଅଭିଜିତ ଶତପଥି, କଳାହାଣ୍ଡି ଜିଲ୍ଲା ଯୁବ ସମ୍ପାଦକ ମହମ୍ମଦ ଇୟାଁଜ଼, ସମାଜସେବୀ ଅନିଲ ସା ଏବଂ ବ୍ଲକ ସଂଯୋଜକ ଶରତ ନାଏକ ପ୍ରମୁଖ ସାମିଲ ରହି ଆନ୍ଦୋଳନକୁ ପରିଚାଳନା କରିଥିଲେ। ବନ୍ଦ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦିଆଯାଇଥିଲା। ଓଟିଇଟି ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା। ଏହାସହିତ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ବାଧାମୁକ୍ତ ରଖାଯାଇଥିଲା, ଯାହାକି ସାଧାରଣରେ ପ୍ରଶଂସା ସୃଷ୍ଟି କରିଛି। ସହରବାସୀଙ୍କ ସହଯୋଗ ଯୋଗୁଁ ଏହି ଆନ୍ଦୋଳନ ସଫଳ ହୋଇଥିବା ଆୟୋଜକମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *