ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମିର୍ଜାପୁର ପର୍ଲା ମଝିରେ କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହି ଗୋପୀନାଥ ବସ ଜଣେ ବାଇକ ଆରୋହୀ କୁ ପିଟିଥିବା ଜଣାପଡିଛି। ବ୍ୟକ୍ତି ଜଣକ ହେଉଛନ୍ତି କଦଳିମୁଣ୍ଡା ଗ୍ରାମପଞ୍ଚାୟତ ତ୍ରୀନାଥପୁର ଗ୍ରାମର କବି ଗୋପାଳ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି। ଘଟଣା ସ୍ଥଲରେ ସ୍ଥାନୀୟ ସରପଞ୍ଚ ବ୍ରିଜଲାଲ ନାଏକ ପହଞ୍ଚି ବୁଝାସୁଝା କରି ଘଟଣା ର ସମାଧାନ କରି ଥିବା ପରିବାର ଲୋକେ ପ୍ରକାଶ କରିଥିବା ସୂଚନା ମିଳିଛି।
