ବାନେର ଦଶହରାରେ କଳାହାଣ୍ଡି ସେନା ପକ୍ଷରୁ ଲେମ୍ବୁ ପାଣି ବଣ୍ଟନ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଦଶହରା ପୂଜା ଅବସରରେ କଳାହାଣ୍ଡି ସେନା ପକ୍ଷରୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଲେମ୍ବୁ ପାଣି ବଣ୍ଟନ କରାଯାଇଥିଲା। ମା’ଙ୍କ ଦର୍ଶନ ପାଇଁ ଆସିଥିବା ଶତାଧିକ ଭକ୍ତ ଏହି ସେବାର ସୁଯୋଗ ପାଇଥିଲେ।ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସେନାର ଡିଙ୍ଗରବାଗ, ଜିମୁତ ନାୟକ, ମଳୟ ରାଉତ, ଲୋକନାଥ ସା, ଭୁପେନ୍ଦ୍ର ବିଶ୍ୱାଲ, ଜଗନ୍ନାଥ, ଜିତେନ୍ଦ୍ର, ହିମାଂଶୁ ନାଏକ, ବିକାଶ ନାଏକ, ରଞ୍ଜନ ନାଏକ, ରୋଶନ, ଶୁଭମ୍ ସିଂ, ସୁବ୍ରତ ସିଂ, ଶଶି ପଣ୍ଡା, ଉମା ନାଏକ ଓ ଚିନ୍ତା କୁମାରଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ଧାର୍ମିକ ଉତ୍ସବରେ ଭକ୍ତଙ୍କ ସେବା ଯୋଗାଇ କଳାହାଣ୍ଡି ସେନା ଜନସେବା ଓ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଛି। “ସେବା ହିଁ ସଂକଳ୍ପ, ମାନବିକତା ହିଁ ପରିଚୟ” ସଂକଳ୍ପକୁ ନେଇ ଆଗାମୀ ଦିନରେ ମଧ୍ୟ ଜନସେବା ଜାରି ରଖିବାକୁ ସଂଗଠନ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *