କୋକସରା/କ୍ରାନ୍ତିକ୍ଷେତ୍ର : ଶାରଦୀୟ ଦୁର୍ଗା ପୂଜା ନିମନ୍ତେ କୋକସରା ଗ୍ରାମରେ ବିଲ୍ବ ବରଣ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। କୋକସରା ଦୁର୍ଗା ମଣ୍ଡପ ଠାରୁ ଘଣ୍ଟ, ସଂକୀର୍ତ୍ତନ ଦଳ ବାଦ୍ୟ ଧରି କଳସ ଯାତ୍ରା ପାଇଁ କମିଟି ପକ୍ଷରୁ କର୍ତ୍ତା ଘରେ ପହଞ୍ଚି ଥିଲେ। ଶାରଦୀୟ ଦୁର୍ଗା ପୂଜାର କର୍ତ୍ତା ଭାବେ ଜୟନାରାୟଣ ଶବର ଓ ତାଙ୍କ ପତ୍ନୀ ଚିତେଶ୍ୱରୀ ଶବର ଦାୟିତ୍ୱ ତୁଲାଇ ଥିଲେ। ପୂଜା କମିଟିର ସଭାପତି କ୍ଷୀରସିନ୍ଧୁ ନେଗୀ, ସମ୍ପାଦକ ସଚିନ ଗୁପ୍ତା,ଗୁଣନିଧି ବାଗ,ଦୁଷ୍ମନ୍ତ ପଟ୍ଟଯୋସି, ମାନସ ରଞ୍ଜନ ବେହେରା, ପ୍ରବୀଣ ଶବର,ଉପସଭାପତି ଅଜିତ ପ୍ରଧାନୀ ଓ ଅମୁଲ୍ୟ ବିଶି ଏବଂ ପୂଜା କମିତିର ସମସ୍ତ କର୍ମ କର୍ତ୍ତା ତଥା ଜନସାଧାରଣ ମିଶି ସ୍ଥାନୀୟ ପଦ୍ମପୋଖରୀରୁ ମାଁ ଙ୍କ ପୂଜା ପାଇଁ ପାଣି ଉଠାଇଥିଲେ। ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଥିବାବେଳେ ଭକ୍ତମାନେ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ନିମନ୍ତେ ପୋଲିସ୍ ପ୍ରଶାସନ ମଧ୍ୟ ଭିଡକୁ ଦୃଷ୍ଟିରେ ରଖି ବିଶେଷ ଧ୍ୟାନ ଦେଇଛି।
