ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦୁର୍ଗାପୂଜା ୫୦ ବର୍ଷରେ ପଦାର୍ପଣ କରିଛି। ଏନେଇ ସ୍ଥାନୀୟ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଏଥି ପାଇଁ ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ଶିବ ମନ୍ଦିର ନିକଟରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ଵନାଥପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ଜଗଦୀଶ ବେନିଆଙ୍କ ନେତୃତ୍ୱରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କଳସରେ ଜଳ ନେଇ କମିଟିର ସମସ୍ତ ସଦସ୍ୟ ତଥା ଆବାଳବୃଦ୍ଧବନିତା ସାମିଲ ହୋଇଥିଲେ। ଏଥିରେ ଶହ ଶହ ମହିଳା ଅଂଶ ଗ୍ରହଣ କରିଥିଲେ। ଶ୍ରଦ୍ଧାଳୁମାନେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ କଳସ ନେଇ ଆସିଥିଲେ। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କର୍ତ୍ତା ଭାବରେ ପ୍ରଦୀପ ଘଡ଼େଇ ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀଦେଇ ଘଡ଼େଇ ଦାୟିତ୍ୱ ତୁଲାଉଛନ୍ତି। ପୂଜକ କୈଳାସ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାସ, ଜିତେନ୍ଦ୍ର ପାଢ଼ୀ, ପଣ୍ଡିତ ଶ୍ରୀଧର ନନ୍ଦ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଜୟ ଜଗନ୍ନାଥ ଘଣ୍ଟ ଦଳ, ମାଁ ହୀରାନୀଳା ବ୍ୟାଣ୍ଡ ପାର୍ଟି ସହ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ସମସ୍ତ ମହିଳା ଭକ୍ତ ମାନେ ଏକ ବିରାଟ ପଟୁଆରରେ ବିଶ୍ୱନାଥପୁର ଦୁର୍ଗାପୂଜା ମଣ୍ଡପ ଯାଏଁ କଳସ ଯାତ୍ରାରେ ସାମିଲ ହୋଇଥିଲେ।ମଣ୍ଡପରେ କଳସ ପହଞ୍ଚିବା ପରେ ଅପେକ୍ଷାରେ ଥିବା ନଗରବାସୀ କଳସକୁ ବର୍ଣ୍ଣାଢ୍ୟ ସ୍ୱାଗତ କରିଥିଲେ। ମଣ୍ଡପରେ କଳସ ସ୍ଥାପନ ପରେ ମା’ଙ୍କ ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଳସ ଯାତ୍ରା କାର୍ଯ୍ୟକ୍ରମରେ ଉପ-ସଭାପତି ହରିହର କୁମାର, ସମ୍ପାଦକ ଅନନ୍ତ ପ୍ରଧାନୀ, ସହ-ସମ୍ପାଦକ କିଶୋର ହରପାଳ, କୋଷାଧ୍ୟକ୍ଷ ସୁବାଷ ନାଏକ, ସହ-କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଉପଦେଷ୍ଟା ବଳରାମ ବେହେରା, ରଘବୀର ନାଗ, ବଟକୃଷ୍ଣ ପୃଷ୍ଟି, ତରୁଣ କୁମାର ଦାସ, ମନୋହର ହରପାଳ, ଘନଶ୍ୟାମ ସୁନା, ସଞ୍ଜିବ କୁମାର ନାୟକ, ଲକ୍ଷ୍ମୀଧର ସନ୍ତୋଷ ରାୟ, ତାପସ ରଞ୍ଜନ ଦଳେଇ ସମେତ କମିଟିର ସମସ୍ତ ସଦସ୍ୟ, ଅଞ୍ଚଳବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ପାଞ୍ଚ ଦିନ ଧରି ପୂଜା ଅନୁଷ୍ଠିତ ହେବାକୁ ରହିଥିବା ବେଳେ ପ୍ରତିଦିନ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ଏବଂ ଦଶମୀ ଦିନ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ଶ୍ରୀ ବେନିଆ ସୂଚନା ଦେଇଛନ୍ତି।
