ଶ୍ରୀରାମପୁର ଠାରେ ମା ଦୁର୍ଗାଙ୍କ କଳସ ଯାତ୍ରା ସହ କର୍ତ୍ତା ବରଣ

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମପଞ୍ଚାୟତ ଅଧୀନ ଶ୍ରୀରାମପୁର ଗ୍ରାମଠାରେ ପାଳିତ ହେଉଥିବା ୨୯ତମ ଦୁର୍ଗା ପୂଜା ଉପଲକ୍ଷେ କର୍ତ୍ତା ବରଣ, ବିଲ୍ଵ ବରଣ ସାଙ୍ଗକୁ କଳସଯାତ୍ରା ପାରମ୍ପରିକ ରୀତି ନୀତି ସହ ମହାସମାରୋହରେ ସମ୍ପନ୍ନ ହୋଇଥିଲା। କଳସ ଯାତ୍ରାରେ କାସିବାହାଲ ଘୁମୁରା ଦଳଅଂଶ ଗ୍ରହଣ କରିଥିଲେ। ଗ୍ରାମ୍ୟ ପୁଝାରୀ ଶୋଭା ସୁନ୍ଦର ପୁଝାରୀଙ୍କଦ୍ୱାରା ମାଟିଗୁଡ଼ି ରେ ପୂଜାର୍ଚନା ପରେ କଳସ ଯାତ୍ରା ଆରମ୍ଭ ହୋଇଥିଲା। ପୂଜକ ଭାବରେ ଶ୍ରୀପତି ଠାକୁର, ଦିଲୀପ କୁମାର ପଣ୍ଡା, ସିମାଞ୍ଚଳ ମୁଣ୍ଡ, ବିଘ୍ନରାଜ ଯୋଶୀ, କାର୍ଯ୍ୟ ତୁଲାଇଥିଲେ। କର୍ତ୍ତା ଭାବେ ଧର୍ମବ୍ରତ ପଣ୍ଡା ଏବଂ ତାଙ୍କ ସହଧର୍ମିଣୀ ସ୍ମିତାଞ୍ଜଳି ପଣ୍ଡା ରହିଥିବା ବେଳେ ଦୁର୍ଗାପୂଜା କମିଟି ଜିତେନ୍ଦ୍ର ଗୋପାଳ, ପଦ୍ମବନ ହାତୀ, ନେପାଳ ଖରସେଲ, ଶିବଖରସେଲ, ଭରସେ ନାଗ, ଅମିନ ରଣା, ତହସିଲ ରଣା, ଅନନ୍ତ ନାଏକ, ପଦ୍ମାସନ ବିଶି, ମୁକୁନ୍ଦ ରଣା, ଧବଳେଶ୍ୱର ବାଗ, ଉଦ୍ଧବ ମେହେର, ତ୍ରିନାଥ ମେହେର, ଗଣପତି ମେହେର, ନିଦାମ ସୁନାନୀ, ଗୋବର୍ଦ୍ଧନ ମସ୍ରା ତତସହ ସମସ୍ତ ଗ୍ରାମବାସୀ ଏହି କାଯ୍ୟକ୍ରମ ରେ ସହଯୋଗ କରିଥିଲେ। ପୂଜା କାର୍ଯ୍ୟ ସତର ତାରିଖ ରୁ ବାଇଶି ତାରିଖ ପର୍ଯ୍ୟନ୍ତ ସମ୍ପାଦିତ ହେବା ସହ ସାଂସ୍କୃତିକ କାର୍ଯ୍ୟ ପାଇଁ ପ୍ରତି ରାତ୍ର ସମୟରେ ନାଟକ ପ୍ରଦର୍ଶନ ହେବାନେଇ ପୂଜା ସଭାପତି ଧର୍ମବ୍ରତ ପଣ୍ଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *