ସମାଜବାଦୀ ପାର୍ଟି ରାଜ୍ୟ କମିଟି ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ଜନତା ମଇଦାନସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପୂଜ୍ୟ ମହାତ୍ମା ଗାନ୍ଧୀ ଓ ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି। ଊଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ବିଜୟ ବେହେରା, ରାଜ୍ୟ ସମ୍ପାଦକ ଗୁରୁବାରୀ ନାୟକ, ରାଜ୍ୟ ଯୁବ ଜନସଭା ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, ନୟାଗଡ଼ ଜିଲ୍ଲା ସଭାପତି ହୁଲାସ ବାରିକ, ପାର୍ଟି ସଂଗଠକ ଡମ୍ବରୁଧର ଖର୍ସେଲ, ଯୁବ ନେତା ସନ୍ତୋଷ ବାଗ ଓ ତୋଫାନ ନାଏକଙ୍କ ସମେତ ଅନ୍ୟମାନେ ଯୋଗଦେଇ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୀବନାଦର୍ଶ ଉପରେ ନିଜ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *