ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ନୂତନ ଗୋଷ୍ଠୀ ଶିକ୍ଷାଅଧିକାରୀଣୀ ବାଭେ ପ୍ରତିଶୃତି ସିଂ ଦାୟିତ୍ୱ କରିଛନ୍ତି । ଏହା ପୂର୍ବରୁ ସେ ଯାଜପୁର ଜିଲ୍ଲାର ବୋରି ବ୍ଳକର ଗୋଷ୍ଠୀ ଶିକ୍ଷାଅଧିକାରୀଣୀ ବାଭେ କାର୍ଯ୍ୟ ତୁଲାଉଥିଲେ। ବର୍ତ୍ତମାନ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକର ଗୋଷ୍ଠୀ ଶିକ୍ଷାଅଧିକାରୀଣୀ ରୂପେ ଅକ୍ଟୋବର ୧ ତାରୀଖରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ତାଙ୍କୁ ଉଭୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଲ୍ୟାଣସିଂହପୁର ଓ ଅନୁସୂଚିତଜାତି ଓ ଅନୁସୂଚିତ ଜନଜାତି ଶିକ୍ଷକ ସଂଘ ତରଫରୁ ସ୍ବାଗତ କରାଯାଇଛି। ବ୍ଳକ୍ ରେ ଏକ ନିୟମିତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ଥାନିତ ହେବା ଯୋଗୁଁ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କର ସରକାରୀ ସେବା କାର୍ଯ୍ୟରେ ପ୍ରାୟ ବିଶେଷ ଅସୁବିଧା ହେବ ନାହିଁ। କେବଳ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ କାର୍ଯ୍ୟ କୁଶଳତା ର ସହଯୋଗ ଓ ସାହାଯ୍ୟ ପ୍ରାପ୍ତି ରେ ବ୍ଳକ୍ ର ପ୍ରାଥମିକ ଶିକ୍ଷା ର ବିକାଶ ର ଦିଗକୁ ଜିଲ୍ଲାରେ ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତ ଙ୍କୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅନୁରୋଧ କରାଯାଇଛି।
