ପର୍ଲାରେ ମା’ ମାନପୁରିଆଣି ଖଣ୍ଡାଧୁଆ ମଶାଲ ଯାତ୍ରା

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମଠାରେ ମାନପୁରିଆଣି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମା ମାନପୁରିଆଣି ଦେବୀଙ୍କ ଖଣ୍ଡାଧୁଆ ମଶାଲ ଯାତ୍ରା ପାଳିତ ହୋଇଯାଇଛି। ଗ୍ରାମ୍ୟ ପୁଝାରୀ ହେମନ୍ତ ଝାଙ୍କର ଦ୍ୱାରା ଦେବୀଙ୍କ ପୀଠରେ ପୂଜାର୍ଚନା ପରେ ମଶାଲ ବାହାରି ଗାଁ ପରିକ୍ରମା କରିଥିଲା। ଗାଁ ଗୌନ୍ତିଆ ପ୍ରବୀଣ କୁମାର ଦାସ ସହ ସରୋଜ କୁମାର ଦାସ, ଶମ୍ଭୁପ୍ରସାଦ ଦାସ, ସାରଦା ଦାସ, ସୁଜିତ ଦାସ, ବିନ୍ଦେ ଦାସ, ସୁଶାନ୍ତ ଦାସ, ମନୋଜ ଦାସ ସମେତ ଗୌନ୍ତିଆ ପରିବାରର ସମସ୍ତ ସଦସ୍ୟ ଭୂମିକା ନିର୍ବାହ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, ଏବଂ ସମ୍ମାନିତ ଅତିଥିଭାବରେ ବ୍ଲଜ ଅଧ୍ୟକ୍ଷ୍ୟା ବବିତା ପଟ୍ଟଯୋଶୀ ଯୋଗଦେଇଥିଲେ। ଏହି ଯାତ୍ରାରେ ବିଶେଷ ଆକର୍ଷଣ ଦେଖିବାକୁ ମିଳିଥିଲା, ବଲାଙ୍ଗିର ସମ୍ବଲପୁରୀ ନୃତ୍ୟ, କଚ୍ଚାରପଡା ମାଦଳୀ ଦଳ, କାଦୋମାଲ ବନାବାଡି, ବହୁରୂପୀ ଇଭେଣ୍ଟ ବୋଡେ଼ନ, ଅଘୋରୀ ଗ୍ରୁପ ପର୍ଲା, ସାନଚେର ଗାଁ ଗୋଲାମୁଣ୍ଡା, ଚାନ୍ଦଗିରି ନବରଙ୍ଗପୁର, ଜଗୁ ମହାକାଳୀ, ଆଜିର ଏହି ଯାତ୍ରାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ କମିଟି ସଦସ୍ୟ ବିଜନ ଦାସ, ସୁଧିର ଗୋପାଳ, ସୁଧିର ବାଗ, କୁମୁଦ ନାଏକ, ଗୁଣନିଧି ବୋଡ଼କିଆ, ସୋସିଆ ହାତୀ, ଲକ୍ଷଜ୍ୟୋତି ଜାଲ, ନୀଳାଞ୍ଚଳ ସେଠିଆ, ଅଭିରାମ ସୁନାନୀ, ଧନିରାମ ଗୋପାଳ, ଦୁଷ୍ମନ୍ତ ନାଏକ, ବୈକୁଣ୍ଠ ମେହେର, ଦିଲେଶ୍ଵର ସାହୁ, ବାବୁଲି ଦାସ,ସେତୁରାମ ଭକ୍ତ ନବୀନ ଦାସ ପ୍ରମୁଖ ବ୍ୟକ୍ତି ବିଶେଷ ସୁଚାରୁ ରୂପେ ପରିଚାଳନା କରିଥିଲେ!ଶୃଙ୍ଖଳିତ ଦୃଷ୍ଟିରୁ ଧର୍ମଗଡ଼ ପୋଲିସ ସକ୍ରିୟ ଅଂଶଗ୍ରହଣ କରିଥିଲେ!ଗ୍ରାମ୍ୟ ଦେବାଦେବୀ ପ୍ରତି ଭକ୍ତି ଓ ଶ୍ରଦ୍ଧା ଅର୍ପଣ ସହ ପୁରାତନ ପରମ୍ପରକୁ ବଜାୟ ରଖିବା ଏହି ଯାତ୍ରା ର ଉଦେଶ୍ୟ ବୋଲି କମିଟି ସଦସ୍ୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *