ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ ରବି କୁମାର ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସ ଭିଜିଲାନ୍ସ ଜାଲରେ ଛନ୍ଦି ହାଇଛନ୍ତି। ଆୟ ଠାରୁ ଅଧିକ ସମ୍ପତି ଠୁଳ ଅଭିଜଗରେ ରବିବାର ଓଡିଶା ଭଜିଲାନ୍ସ ବିଭାଗ ୬ ଟି ସ୍ଥାନରେ ଏକକାଳୀନ ଚଡାଉ କରିବା ସହ ମାଲକାନଗିରି, ବ୍ରହ୍ମପୁର, ଗଞ୍ଜାମ ଓ ଭୁବନେଶ୍ୱରରେ ଚଡାଉ ଜାରି ରହିଛି। ଭୁବନେଶ୍ୱରର ବରମୁଣ୍ଡା ଠାରେ ୪ ମହଲା କୋଠା, ବ୍ରହ୍ମପୁର ର ନୀଳାଚଳନଗର ଏକ ୨ ମହଲା କୋଠା ଠାବ କରିଥିବାର ସୂଚନା ମିଳିଛି। ବ୍ରହ୍ମପୁର ର ଗଜପତି ନଗର ରେ ତାଙ୍କ ପୈତୃକ ବାସଭବନ, ଗଞ୍ଜାମ ବାସୁଦେବପୁର ଓ ମାଲକାନଗିରି ଜିଲ୍ଲାର ଭଡା ଘର ସହ ଶିଶିର କୁମାର ଦାସଙ୍କ କାର୍ଯ୍ୟାଳୟ ଚାମ୍ବର ର ମଧ୍ୟ ଭିଜିଲାନ୍ସ ବିଭାଗ ତଲାସ ଜାରି ରଖିଛନ୍ତି। ଚଡାଉ ରେ ଜଣେ ଅତିରିକ୍ତ ଏସପି , ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସମେତ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି। ବର୍ତ୍ତମାନ ଖଡ଼ତାଳ ଜାରି ରହିଥିବାବେଳେ ମୋଟ ସମ୍ପତିର ଆକଳନ ସମ୍ପର୍କ ରେ ଅଧିକ ସୂଚନା ମିଳିବାର ଅପେକ୍ଷା ରହିଛି।
