ଅରୁଣାଚଳ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ

କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ଏବଂ ଚୀନ୍ ସୈନ୍ୟମାନଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ନେଇ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ର ମହାନିର୍ଦ୍ଦେଶକ ଶତ୍ରୁଜିତ୍ କପୁର ସୂଚନା ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ଉତ୍ତର-ପୂର୍ବ ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ନେଇ ଏହା ପ୍ରଥମ ଆନୁଷ୍ଠାନିକ ସରକାରୀ ସ୍ପଷ୍ଟୀକରଣ। ପୀପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ) ର ଏକ ପ୍ରତିନିଧି ଦଳ ଗତ ଜୁଲାଇରେ ଅପର ସୁବନସିରି ଜିଲ୍ଲାର ଟାକ୍ସିଂ ଅଞ୍ଚଳରେ ଚୀନ୍ ସୈନ୍ୟ ଭାରତର ପାଟ୍ରୋଲିଂ ପଏଣ୍ଟକୁ ଅବରୋଧ କରୁଥିବା ନେଇ ଦାବି କରିଥିଲେ। ତେବେ କେନ୍ଦ୍ର ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ, ଚୀନ୍ ଦ୍ୱାରା କୌଣସି ନୂତନ ଅଞ୍ଚଳ ଜବରଦଖଲ ହୋଇନାହିଁ, ମାତ୍ର କିଛି ଗୋଚର ଅଞ୍ଚଳକୁ ଯିବା ନେଇ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି।

Leave a Reply

Your email address will not be published. Required fields are marked *