କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟ୍ରୁ ଠାରେ ନବଶକ୍ତି ଯୁବକ ସଂଘ ତଥା ସାର୍ବଜନୀନ ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ପାଞ୍ଚଦିନ ଧରି ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜା କାର୍ଯ୍ୟ ସହ ସନ୍ଧ୍ୟା ଆଳତି ହେଇଥିବା ବେଳେ ମା’ଙ୍କ ଦର୍ଶନ ତଥା କୃପା ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବିଜୟ ଦଶମୀ ବୁଧବାର ଦିନ ପୂର୍ଣ୍ଣାହୁତି ସହ ରାବଣ ପୋଡ଼ି କାର୍ଯ୍ୟକ୍ରମ ରହିଥିଲା। ପୂଜା କମିଟିର ସଭାପତି ଅନିରୁଦ୍ଧ ନାଗ , ଉପ ସଭାପତି ଅଭିମନ୍ୟୁ ନିଆଁଲ , ସମ୍ପାଦକ ଶିବ ମହାରଣା , ସହ ସମ୍ପାଦକ ପୁଣ୍ଡରିକାକ୍ଷ ନାଏକ , କୋଷାଧ୍ୟକ୍ଷ ଷଷ୍ଠୀ ପ୍ରସାଦ ସୁନାନୀ ଓ ନବଶକ୍ତି ଯୁବକ ସଂଘ ସଭାପତି ଗଗନ ନାଏକ ପ୍ରମୁଖ ଦୁର୍ଗା ପୂଜା କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ । ନେତ୍ରାନନ୍ଦ ସ୍ୱାଇଁ ଓ ତାଙ୍କ ସହଧର୍ମିଣୀ ଧରିତ୍ରୀ ସ୍ୱାଇଁ କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମୁଖ୍ୟ ପୂଜକ ସତ୍ୟ ନାରାୟଣ ବେହେରା ଓ ଇନ୍ଦୁଶେଖର ମହାପାତ୍ର ପୂଜା କାର୍ଯ୍ୟ ସମାପନ କରିଥିଲେ । ପଞ୍ଚମ ରଜନୀରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗଉରୀ ମାଝୀ , ମୁଖ୍ୟ ବକ୍ତା ଭାବରେ କୁନାଲ କୁମାର ବେହେରା ଓ ସମ୍ମାନିତ ଅତିଥି ଭାବରେ ସୁଧୀର ମୁଣ୍ଡ , ନିବେଦିତା ହଂସ, ଗଣେଶ ଚନ୍ଦ୍ର ପଣ୍ଡା , ଗଣେଶ୍ୱର ସାହୁ , ଶରତଚନ୍ଦ୍ର ମୁଣ୍ଡ , ବାଙ୍କ ବିହାରୀ ବିଶୋଇ , ବିକ୍ରମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଘୁମୁରା ପ୍ରତିଯୋଗିତାରେ ବିଚାରକ ଭାବରେ ଷଷ୍ଠୀ ପ୍ରସାଦ ସୁନାନୀ, ଶରତଚନ୍ଦ୍ର ମୁଣ୍ଡ , ଗୌରହରି ସାହୁ , ଲକ୍ଷ୍ମଣ ନୀଆଁଲ ଦାୟିତ୍ୱ ତୁଲାଇଥିବା ବେଲେ ସୁଧୀର ରାଉତ , ପୁଣ୍ଡରିକାକ୍ଷ ନାଏକ, କ୍ଷିରୋଦ ରାଉତ , ପଙ୍କଜ ନାୟକ , ଦିଲୀପ କୁମାର ବାରିକ , ନିଲୁ ବାଗ , ହିମାଂଶୁ ନିଆଁଳ , ବିଷ୍ଣୁ ପ୍ରସାଦ ପଟଯୋଷି ତଥା ନବସକ୍ତି ଯୁବକ ସଂଘର ସମସ୍ତ ସଭ୍ୟ ସହଯୋଗ କରିଥିଲେ। ବିଚାରପତି ତଥା କମିଟିର ନିଷ୍ପତ୍ତି କ୍ରମେ ଘଣ୍ଟିଗୁଡ଼ା ଘୁମୁରା ଦଳ ପ୍ରଥମ , ଅମ୍ବାଦୁଲା ଅନ୍ତର୍ଲା ଘୁମୁରା ଦଳ ଦ୍ୱିତୀୟ ଓ ମାଲପଡା ଘୁମୁରା ଦଳ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।
