କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଠାରେ ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା ତଥା ପବିତ୍ର ନବରାତ୍ର ବେଶ୍ ଆଧ୍ୟାତ୍ମିକ ଓ ଉତ୍ସାହଜନକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମା’ ଜଗତଜନନୀ ଦୁର୍ଗାଙ୍କ ଏହି ମହୋତ୍ସବରେ ନଅ ଦିନ ଧରି ନୀତି କ୍ରାନ୍ତି ସହ ପୂଜା କାର୍ଯ୍ୟ ଓ ସନ୍ଧ୍ୟା ଆଳତି ହେଇଥିବା ବେଳେ ମା’ଙ୍କ ଦର୍ଶନ ତଥା କୃପା ଲାଭ ପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଲିଥିଲା। ବିଜୟ ଦଶମୀ ବୁଧବାର ଦିନ ପୂର୍ଣ୍ଣାହୁତି ସହ ହଜାର ହଜାର ଭକ୍ତ୍ତଙ୍କୁ ପ୍ରସାଦ ସେବନ କରାଯାଇ ଥିଲା । ମା’ଙ୍କ ଏହି ଭବ୍ୟ ତଥା ଦିବ୍ୟ ସ୍ୱରୂପ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜା ମଣ୍ଡପରେ ଜମି ରହିଥିଲା। ଚଣ୍ଡୀପାଠ ଓ ମନ୍ତ୍ରୋଚ୍ଚାରଣରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏହି ନବରାତ୍ର ମହୋତ୍ସବରେ ପରମ୍ପରା ଓ ନୀତିକାନ୍ତି ଅନୁସାରେ ୯ ଦିନ ଧରି ନଅ ଜଣ କର୍ତ୍ତା ପୂଜାର୍ଚ୍ଚନାରେ ବସି ପୂଜା ସମ୍ପାଦନ କରିଥିଲେ।ପ୍ରଥମ ଦିନ ଭବାନୀ ପଣ୍ଡା ଓ ତାଙ୍କ ସହଧର୍ମିଣୀ ଅଞ୍ଜଳି ପଣ୍ଡା। ଦ୍ୱିତୀୟ ଦିନ ସୁଶୀଲ ଜୈନ ଓ ସହଧର୍ମିଣୀ କବିତା ଜୈନ। ତୃତୀୟ ଦିନ ଚନ୍ଦନ କୁମାର ପଣ୍ଡା ଓ ସହଧର୍ମିଣୀ ଜ୍ୟୋତିର୍ମୟୀ ପଣ୍ଡା। ଚତୁର୍ଥ ଦିନ ମଣ୍ଟୁ ପାତ୍ର ଓ ସହଧର୍ମିଣୀ ଟିଙ୍କଲ ପାତ୍ର ।ପଞ୍ଚମ ଦିନ ଦେବୁ ଜୈନ ଓ ସହଧର୍ମିଣୀ ଜ୍ୟୋତି ଜୈନ। ଷଷ୍ଠ ଦିନ ସୁବାସ ହଂସ ଓ ସହଧର୍ମିଣୀ ନିବେଦିତା ହଂସ । ସପ୍ତମ ଦିନ ପିଣ୍ଟୁ ବେହେରା ଓ ସହଧର୍ମିଣୀ ନିହାରିକା ବେହେରା । ଅଷ୍ଟମ ଦିମ ଭବାନୀ ବେହେରା ଓ ସହଧର୍ମିଣି ସଂଗୀତା ବେହେରା। ନବମ ଦିନ ସୁଧୀର ବେହେରା ଓ ସହଧର୍ମିଣୀ ଭାରତୀ ବେହେରା ପ୍ରମୁଖ ପୂଜାର ସମସ୍ତ କାର୍ଯ୍ୟ ନୀତିକାନ୍ତି ଭାବରେ ନିର୍ବାହ କରିଥିବା ବେଳେ ମା’ ଜଗତଜନନୀ ମା ‘ ଦୁର୍ଗାଙ୍କ ପୂଜା କାର୍ଯ୍ୟରେ ନିୟୋଜିତ ମୁଖ୍ୟ ପୂଜକ ଫକୀର ମୋହନ ପାତ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଇଥିବା ବେଳେ ଭୁବନେଶ କୁମାର ପାଢ଼ୀଙ୍କ ଦ୍ୱାରା ନିଷ୍ଠାର ସହ ଚଣ୍ଡୀପାଠ କରାଯାଇ ଥିଲା। ପୂଜା କାର୍ଯ୍ୟରେ ପ୍ରଦୀପ କୁମାର ଠାକୁର, ଅକ୍ଷୟ କୁମାର ଠାକୁର, ଆର୍ତ୍ତତ୍ରାଣ ଯୋଶୀ ଏବଂ ପ୍ରଶାନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ। ମା’ଙ୍କ ଭୋଗ ଓ ଅନ୍ନ ପ୍ରସାଦ ପ୍ରସ୍ତୁତି ଦାୟିତ୍ୱରେ ସୂପକାର ପଙ୍କଜ ଶର୍ମା, ରାଜିନ ପ୍ରଧାନ, ଦଂଶନ ଗୁପ୍ତା ଓ ମୋହିତ ଶର୍ମା ନିୟୋଜିତ ରହି ସମସ୍ତ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଅଞ୍ଚଳର ଶ୍ରଦ୍ଧାଳୁ ତଥା ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପାରମ୍ପରିକ ଘୁମୁରା ନୃତ୍ୟ, ନାଟକ ଓ ମେଲୋଡି ଆଦି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କ ପାଇଁ ବେଶ ଆକର୍ଷିତ ଥିଲା। ଯାହାକି ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ। କଲମପୁର ସାର୍ବଜନୀନ ନବରାତ୍ରୀ ଦୁର୍ଗା ପୂଜା କମିଟି ସଭାପତି ସୁଶୀଲ କୁମାର ଜୈନ, ଉପସଭାପତି ସଞ୍ଜୟ କୁମାର ସାହୁ, ସମ୍ପାଦକ ଘନଶ୍ୟାମ ନାଏକ, ସହ ସମ୍ପାଦକ ଅଜିତ କୁମାର ନିମୁଲିଆ, କୋଷାଧ୍ୟକ୍ଷ ସତ୍ୟନାରାୟଣ ସାହୁ ପ୍ରମୁଖ ନିଜ ନିଜ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଉପଦେଷ୍ଟା ମଣ୍ଡଳୀର ମନୋଜ କୁମାର ଶର୍ମା, ଚେରୁ ପ୍ରସାଦ ନାଏକ, ନବୀନ ପଣ୍ଡା, ରାଜେଶ ଶର୍ମା, ସନାତନ ପାଣ୍ଡେ, ପ୍ରଶାନ୍ତ କଙ୍କରିଆ , ସନୁ ଅଲ୍ଲୀ ପ୍ରମୁଖଙ୍କ ସହ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଦୁର୍ଗା ପୂଜାର ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଛି।
